ଚକ୍ଷୁ ଚିକିତ୍ସା ଶିବିର

 ନୂଆପଡା:  ଖରିଆରରୋଡ଼ ପହଲ ସଂସ୍ଥା ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ସଂସ୍ଥାର ସଂଯୋଜକ ରାକେଶ ଜୈନଙ୍କ ଉପସ୍ଥିତିରେ ମୁଖ୍ୟଅତିଥି ଭାବେ ମହାସମୁନ୍ଦ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଭିଖମ ଠାକୁର ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଖରିଆର ରୋଡ଼ ଏନ୍ଏସି ଅଧ୍ୟକ୍ଷା ସୋନିଆ ଜୈନ, ସାମାଜିକ କର୍ମୀ ଗୁରୁବେଜ ସିଂହ ଗୁରୁଦ, ପ୍ରୀତପାଲ ସିଂହ ଛାବ୍ରା, ଯୁଗଳ କେଶରବାନୀ, ସନ୍ତୋଷ ଡାଗା, ଦିଲୀପ ସିଂହ ଗାନ୍ଧି, ଜିଲ୍ଲା ସାହୁ ସଂଘ ସଭାପତି ଦେବଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଶିବିରରେ ମୋଟ ୧୩୮ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୩୭ଜଣଙ୍କ ମୋତିଆବିନ୍ଦୁ ଥିବା ଚିହ୍ନଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୨୫ଜଣ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ରାୟପୁରକୁ ନିଆଯାଇଛି ।