ଘୁଷୁରୀ ମାଂସ ଜବତ, ୧୧ ଗିରଫ

 ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ରେଞ୍ଜକୁ ଲାଗିଥିବା ରେଲାଗେଡା ନିକଟ ସିଲେରୁ ପୂର୍ବ ସଂରକ୍ଷିତ ଜଙ୍ଗଲ ଭିତରେ ଶିକାର ଏବଂ ବନ୍ୟ ଘୁଷୁରୀ ମାଂସ ରଖିଥିବା ଅଭିଯୋଗରେ ବନବିଭାଗ ୧୧ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଏଥିସହିତ ୨ଟି ଜୀବନ୍ତ ଘୁଷୁରୀ ଉଦ୍ଧାର କରାଯାଇଥିଲା । ଅଭିଯୁକ୍ତଙ୍କ ପାଖରୁ ଜଙ୍ଗଲୀ ଘୁଷୁରୀ ମାଂସ ୪୨.୯୭ କିଲୋଗ୍ରାମ ଉଦ୍ଧାର କରାଯାଇଥିଲା । ଏହାଥିସହ ଶିକାର ପାଇଁ ବ୍ୟବହୃତ ୧୦ଟି ଯାନ ଏବଂ ଶିକାରରେ ବ୍ୟବହୃତ ବହୁ ଉପକରଣ ଜବତ କରାଯାଇଥିଲା । ପୁଙ୍ଖାନୁପୁଙ୍ଖ ପଚରାଉଚରା ପରେ ୧୧ ଜଣ ଅଭିଯୁକ୍ତଙ୍କୁ ମାଲକାନଗିରିର ଏସଡିଜେଏମ୍ କୋର୍ଟକୁ ପଠାଯାଇଥିଲା ।  ଭବିଷ୍ୟତରେ ଏହି ଅଞ୍ଚଳରେ ଶିକାର ବିରୋଧୀ  ଅଭିଯାନକୁ ଜୋରଦାର କରାଯିବା ସହ ସ୍ଥାନୀୟ ଅଞ୍ଚଳରେ ବନ ଅପରାଧ ବିରୁଦ୍ଧରେ ପଦକ୍ଷେପ ନିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।