ଚର୍ଚ୍ଚାରେ ପାକିସ୍ତାନର ଜାଫର ଏକ୍ସପ୍ରେସ୍

ପାକିସ୍ତାନରେ ପୂର୍ବରୁ ହାଇଜାକ୍ ହୋଇଥିବା ଜାଫର ଏକ୍ସପ୍ରେସ ଟ୍ରେନ ଏବେ ପୁନର୍ବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବାଲୁଚିସ୍ତାନ ପ୍ରଦେଶର ଜାକୋବାବାଦ ନିକଟରେ ରେଳ ଟ୍ରାକରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହେବା ଫଳରେ ଏହି ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଛି । ପେଶାୱାରରୁ କ୍ୱେଟା ଅଭିମୁଖେ ଯାଉଥିବା ଏହି ଟ୍ରେନଟି ବୋଲାନ ପାସ ନାମକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୁଲିସ ସୂଚନା ଅନୁଯାୟୀ, ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ ଟ୍ରାକରେ ୩ ଫୁଟ୍ ଚଉଡା ଏକ ଗାତ ସୃଷ୍ଟି ହୋଇଛି ଏବଂ ପ୍ରାୟ ୬ ଫୁଟ ରେଳ ଲାଇନ ନଷ୍ଟ ହୋଇଛି ।  ସୂଚନା ମୁତାବକ, ଏହି ବିସ୍ଫୋରଣ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଅନୁମାନ କରୁଛି ପାକିସ୍ତାନ ପ୍ରଶାସନ। ଅନୁସନ୍ଧାନକାରୀମାନେ ବାଲୋଚ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ସମ୍ପୃକ୍ତି ସମ୍ପର୍କରେ ସନ୍ଦେହ କରୁଛନ୍ତି, ଯେଉଁମାନେ ପୂର୍ବରୁ ମଧ୍ୟ ଜାଫର ଏକ୍ସପ୍ରେସକୁ ଟାର୍ଗେଟ କରିଥିଲେ ।