ଚାନସାରୀ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ
ରାୟଗଡ: ଗୁଣୁପୁର ବବ୍ଲର ଚାନସାରୀ ଗ୍ରାମପଂଚାୟତ ଅନ୍ତର୍ଗତ ଚୀନାସାରି ଉଚ୍ଚ ବିଦ୍ୟାଳୟର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ସମାରୋହ ଦୁଇଦିନ ଧରି ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ଆଇନଜୀବୀ ତଥା ସମାଜସେବୀ ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବ୍ରଜମୋହନ ନାୟକ, ପ୍ରଧାନଶିକ୍ଷୟିତ୍ରୀ ଇନ୍ଦିରା ମହାପାତ୍ର, ସମ୍ମାନିତ ଅତିଥି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ପଂଚାୟତ ସମିତି ଅଧ୍ୟକ୍ଷା ଗୁଣୁପର ଝିଲ୍ଲୀ ଶବର ଆଦି ଯୋଗଦାନ କରି ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଅବସରରେ ଦୀର୍ଘ ୨୫ବର୍ଷର ତ୍ୟାଗ ଓ ସଫଳତା ଏକ ସ୍ମରଣୀୟ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି ଉତ୍ସବରେ କମିଟିର ପ୍ରତିଷ୍ଠାତା ସଦସ୍ୟମାନଙ୍କୁ ସମ୍ମାନିତ କରିବା ସହିତ ବିଦ୍ୟାଳୟର ଉଚ୍ଚ ପଦପଦବୀରେ ଅବସ୍ଥାପିତ ସମସ୍ତ ଛାତ୍ରବନ୍ଧୁଙ୍କୁ ସମ୍ମାନିତ କରାଯାଇଥିଲା । ଦୁଇ ଧରି ଚାଲିଥିବା ଉତ୍ସବରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ ।