ବିଭିନ୍ନ ସ୍ଥାନରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

 ବାଲେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ବାଲେଶ୍ୱର ଦ୍ୱାରା ପାଳିତ ହୋଇଯାଇଛି । ଏହି ଅବସରରେ ସଂଘ ଗୃହରେ ଆୟୋଜିତ ସଭାରେ ସଂଘର ସଭାପତି ଇଂ. ବନମାଳୀ ନାୟକ ସଭାପତିତ୍ୱ କରିଥିଲେ । ନେତାଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ପୁଷ୍ପାର୍ଘ୍ୟ ପ୍ରଦାନ କରି ସଂଘର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାମାନେ ନେତାଜୀ ଜଣେ ସାହସୀ, ନିର୍ଭୀକ, ଦୃଢ଼ମନା, ମହାନ୍ ଦେଶଭକ୍ତ ଓ ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ବୋଲି ସେମାନଙ୍କ ବକ୍ତବ୍ୟରେ ଉଲ୍ଲେଖ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁରେନ୍ଦ୍ର ନାଥ ଦାସ, ସାଧାରଣ ସମ୍ପାଦକ ବୀରେନ୍ଦ୍ର କୁମାର ମହାନ୍ତ, ପୂର୍ବତନ ସାଧାରଣ ସମ୍ପାଦକ ବସନ୍ତ କୁମାର ନାୟକ, ଅର୍ଥ ସମ୍ପାଦକ ଦାମୋଦର ନାୟକ, ଯୁଗ୍ମ ସମ୍ପାଦିକା ସାବିତ୍ରୀ ଦାସ, ସାଂସ୍କୃତିକ ସମ୍ପାଦକ ଭାଗବତ ଦଳାଇ, ସଂଗଠନ ସମ୍ପାଦକ ସଞ୍ଜୟ କୁମାର ପଣ୍ଡା, ଶଶାଙ୍କ ଶେଖର ଦତ୍ତ, ଭବେଶ ପଣ୍ଡା, ଡ. କ୍ଷୀତିଶ୍ୱର ଦାଶ, ଉପଦେଷ୍ଟା ଜ୍ଞାନେନ୍ଦ୍ର ନାଥ ସାହୁ, ଇଂ. ଶ୍ରୀରାମ ପ୍ରସାଦ ଦାଶ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ଡ.ତାରାକାନ୍ତ ନନ୍ଦ, ଗୁଣାକର ଦେ, ପ୍ରଫୁଲ୍ଲ କୁମାର ଦାଶ, ଶ୍ୟାମ ସୁନ୍ଦର ଜେନା, ଅକ୍ଷୟ କୁମାର ତି୍ରପାଠୀ, ବେଣୁଧର ପାଳ, ଯୋଗେଶ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ପ୍ରସାଦ ଧଳ, ଦେବେନ୍ଦ୍ର ନାଥ ଚୌଧୁରୀ ପ୍ରମୁଖ ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଅନ୍ୟତମ ମହାନ୍ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ମଧ୍ୟ ତାଙ୍କର ଜୟନ୍ତୀ ଅବସରରେ ସଂଘର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାମାନେ ତାଙ୍କର ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଛତ୍ରପୁର: ଛତ୍ରପୁରର ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମହାନ ବୀର ସ୍ୱାଧୀନତା ସଂଗ୍ରାମୀ, ଭାରତ ମାତାର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି । ଟ୍ରଷ୍ଟର ସଭାପତି ତଥା ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ରଙ୍କ ପୌରହିତ୍ୟରେ ସ୍ଥାନୀୟ ଭିଆଇପି ରୋଡ ଠାରେ ଥିବା ଉଭୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇ ସେମାନଙ୍କ ସ୍ମୃତିଚାରଣ କରାଯାଇଥିଲା । ଏଥିରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ଏନ୍ଏସି ଉପାଧ୍ୟକ୍ଷ ଜି. ପାପା ରାଓ, ପୂର୍ବତନ କାଉନସିଲର ବି.ରାଜୁବାବୁ, କାଉନସିଲର କେ. ରମେଶ, ପ୍ରୀତିଛନ୍ଦା ସାମଲ, ସନ୍ତୋଷୀ ସେଠି ଓ ବି. ନିଶ୍ଚଳାସ୍ୱାମୀ, ବି. ଗୋପାଳ ସ୍ୱାମୀ, ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ଉପସଭାପତି ଅଟ୍ଟଳ ବିହାରୀ ପଟ୍ଟନାୟକ, ସମ୍ପାଦିକା ଝିଲିବାଳା ରାଉତ, ଯୁଗ୍ମ ସମ୍ପାଦିକା ଗୀତା ସାହୁ, ଆଇନଜୀବୀ ମନୋଜ କୁମାର ପାଢ଼ୀ ଓ ଡମିନାଥ ସାହୁ, ନୃସିଂହ ଚରଣ ଗୌଡ଼ ଏବଂ ସୁବ୍ରତ ପଢିଆରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।
ନୂଆପଡା: ସ୍ଥାନୀୟ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶିକ୍ଷକ ଗୌରାଙ୍ଗ କୁମାର ସାହୁ , ପ୍ରଭୁଦତ୍ତ ପୁରୋହିତ, ରତନ ସିଂ ବାରିକ , ରାଜଶ୍ରୀ ଦଣ୍ଡସେନା, ସାଗର ବାଗ ପ୍ରମୁଖ ଦୁଇ ମହାପୁରୁଷଙ୍କ ଜୀବନ ଉପରେ ଆଲୋଚନା କରିଥିଲେ । ଶିକ୍ଷକ ଧନଞ୍ଜୟ ମଲ୍ଲିକ ମଞ୍ଚ ପରିଚାଳନା କରିଥିବାବେଳେ ସଂସ୍କୃତ ଶିକ୍ଷକ ନିରଞ୍ଜନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ଓ ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ ଶିକ୍ଷକ ହେମସାଗର ଶବର, ଗଜିନ୍ଦ୍ର ହରିଜନ, ନୀଳିମାରାଣୀ ସାଗର, ପୁନମ୍ ମାଝୀ ଓ ସରସ୍ୱତୀ ରାଉତ ଦାୟିତ୍ୱ ନିର୍ବାହ କରିଥିଲେ । ଅନୁଷ୍ଠିତ କନିଷ୍ଠ ବକ୍ତୃତା ଓ ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତା ଉଭୟରେ ତିଳୋତ୍ତମା ବାଗ ପ୍ରଥମ, ବରିଷ୍ଠ ବକ୍ତୃତାରେ ଝୁମୁକ ମହାନନ୍ଦ ଓ ଗୀତ ପ୍ରତିଯୋଗିତାରେ  ଦିଶାମୟୀ ବାରିକ ପ୍ରଥମ ସ୍ଥାନ ଅଧିକାର କରିଥିଲେ । କାର୍ଯ୍ୟକ୍ରମରେ ଦୀପକ ରଞ୍ଜନ ଯୋଷୀ, ସୁରେଶ ଦାସ, ଦମୟନ୍ତୀ ବିଶି ସହଯୋଗ କରିଥିଲେ । ସେହିପରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଖଡ଼ିଆଳ ଠାରେ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ବେଣୁଧର ଭୋଇ ସହକାରୀ ଶିକ୍ଷକ, ଚିନ୍ଦାଗୁଡ଼ା । ସେ ଶିଶୁ ମାନଙ୍କୁ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୀବନୀ ବିଷୟରେ ମାର୍ଗଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଅଭିଭାଷଣ ଓ ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ପ୍ରମୁଖ ଭଜନ ଲାଲ ଗୁରୁଜୀଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ଗୁରୁମା ପୁଷ୍ପିତା ପ୍ରିୟଦର୍ଶିନୀ ମଞ୍ଚ ପରିଚାଳନା କରିଥିବାବେଳେ ନବୀନ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । 
ଆସିକା: ସ୍ଥାନୀୟ ମେକ୍ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ଆସିକାର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସୁରେନ୍ଦ୍ର ସାଏ ଜୟନୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । ପ୍ରଧାନପଣ୍ଡିତ ପ୍ରଦୀପ କୁମାର ତ୍ରିପାଠୀ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନେତାଜୀ ଉପାଧି ରବିନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କଥା ସ୍ମରଣ କରାଇଥିଲେ । ଇଂରାଜୀ ଅଧ୍ୟାପକ ତଥା ଯୁବ ରେଡ୍କ୍ରସ୍ର ପରିଚାଳକମନୋରଞ୍ଜନ ସାହୁ, ଅଧ୍ୟାପକ  ଶିଶିର କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଏନ୍ଏସ୍ଏସ୍ ଶାଖାର ପରିଚାଳକ ଅଧ୍ୟାପକ ସନାତନ ପଣ୍ଡା ପରିଚାଳନା କରିଥିଲେ । ଶେଷରେ ପୂଜା ନାହିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବଲାଙ୍ଗିର: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ସମାରୋହ ଏଆଇଡିଏସ୍ଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ନେତାଜୀ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ନେତାଜୀ ସୁବାଷଙ୍କ ମୂର୍ତ୍ତିରେ ଆଜିର ମୁଖ୍ୟବକ୍ତା ଅଶୋକ ମିଶ୍ର ଓ ମୁଖ୍ୟ ଅତିଥି ଲକ୍ଷ୍ମୀନାରାୟଣ ପଟ୍ଟନାୟକ ମାଲ୍ୟାର୍ପଣ କରିଥିଲେ । ସଂଗଠନର ଜିଲ୍ଲା ସଭାପତି ମଧୁସୁଦନ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବରେ ସଂଗଠନର ପୂର୍ବତନ ସର୍ବ ଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ ଅଶୋକ ମିଶ୍ର ଓ ମୁଖ୍ୟ ଅତିଥି ଭାବେ ନେତାଜୀ ସଂଗ୍ରାମୀ ପରିଷଦର ସଭାପତି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଯୋଗ ଦେଇଥିଲେ ।  ନେତାଜୀ ଜୟନ୍ତୀ ଉପଲକ୍ଷେ ପୂର୍ବରୁ ହୋଇଥିବା ଦେଶାତ୍ମବୋଧକ ସଂଗୀତ, ସାଧାରଣ ଜ୍ଞାନ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗି ସହ ସମସ୍ତ ଅଂଶଗ୍ରହଣକାରି ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ, ମେମୋଣ୍ଟୋ, ନେତାଜୀ ପୁସ୍ତିକା ଓ ଫଟୋ ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ଜିଲ୍ଲା ସମ୍ପାଦିକା ଗୌରୀ ରାଉତ, ରାଜ୍ୟ ଉପସଭାପତି ସୁନିଲ କୁମାର ଭୋଇ, ଜିଲ୍ଲା ଉପସଭାପତି ଅହଲ୍ୟା ସାହୁ, ଯୁବ ସଂଗଠନର ଜିଲ୍ଲା ସଭାପତି ଅମ୍ମାନ ମିଶ୍ର, ପ୍ରଭାସିନୀ ଭୋଇ ସହ ଶତାଧିକ ଛାତ୍ର ଛାତ୍ରୀ, ସହରର ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ସମ୍ବଲପୁର:  ମହାନ୍ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି  ରୋହିତ ପୂଜାରୀଙ୍କ ନେତୃତ୍ୱରେ ପ୍ରଥମ ଜେଲ ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିଚାରଣ କରାଯାଇଥିଲା । ଏବଂ ଇଂ ପୂଜାରୀ ଦଳୀୟ କର୍ମକର୍ତ୍ତାଙ୍କ ସହ ମିଶି ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟି ଖିଣ୍ଡା ଗସ୍ତ କରିଥିଲେ । ସେଠାରେ ଖିଣ୍ଡାଛକ ଠାରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ବାସସ୍ଥାନକୁ ଯାଇଥିଲେ । ଖିଣ୍ଡା ଗ୍ରାମ ବାସ ସ୍ଥାନ ସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ତାଙ୍କ ଦାୟାଦଙ୍କୁ ଭେଟିଥିଲେ । ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ଆର୍ତ୍ତତ୍ରାଣ ମିଶ୍ର, ବେଣୁଧର ଦାସ, ଅଶୋକ ସେନାପତି, ଗୋକୁଳ ମେହେର, ବସନ୍ତ ମିଶ୍ର, ବନ୍ଦିତା ରାଣୀ ମିଶ୍ର, ଉଷା ପ୍ରଧାନ, ସୌରି ପାଣିଗ୍ରାହୀ, ସତେନ୍ଦ୍ର ଦାସ, ସୁରୁବାବୁ ମେହେର, ସୁବାସ ଜେନା, ଧର୍ମରାଜ୍ ମରେଇ, ଦେବାଶିଷ ପରିଡ଼ା, ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ପ୍ରଶାନ୍ତ ନାୟକ, ସୁରେନ୍ଦ୍ର ସିଂ, ଅନ୍ମ୍ମଲ ଦାସ, ନନ୍ଦିନୀ ପ୍ରଧାନ, ପଦ୍ମା ମହାନନ୍ଦ, ମମତା ଦାଶ, ରଶ୍ମିରେଖା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ବେତନଟୀ: ବେତନଟୀର ସୁଭାଷ ବୋଷ ଛକ ଭାବେ ପରିଚିତ ସ୍ଥାନରେ ପ୍ରତିଷ୍ଠିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ଧୂପଦୀପ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ତିନି ଶତାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପେରେଡ୍ ପ୍ରଦର୍ଶନ, ସ୍ଲୋଗାନ, ଜାତୀୟ ସଙ୍ଗୀତ ଗାନର ଏକ ମନୋଜ୍ଞ ପରିବେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଅନ୍ୟତମ ସଂପାଦକ ରବିନ୍ଦ୍ର ନାଥ ମିଶ୍ର ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରିଥିଲେ । ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଅନୁକୂଳ ଚନ୍ଦ୍ର ପଟ୍ଟନାୟକ ତଥା ସହକର୍ମୀଗଣଙ୍କ ସହ ଶିକ୍ଷା ଅନୁଷ୍ଠାନର ସଭାପତି ଅରୁଣ କୁମାର ଓତା, ନେତାଜୀ ଚେତନା ବୁ୍ୟରୋର ସଦସ୍ୟ ବାସୁଦେବ ନାପିତ ଓ ବିଜୟ କୁମାର ଦିବେଦୀ, ବେତନଟୀ ସିଭିଲ ସୋସାଇଟିର ସଂପାଦକ ଆଇନ୍ଜୀବୀ ସଚିଦାନନ୍ଦ ମହାନ୍ତି ଓ କୋଷାଧ୍ୟକ୍ଷ ହରେନ୍ଦ୍ର ନାଥ ବାରିକ ପ୍ରମୁଖ ଉପସ୍ଥିତ ଥାଇ ନେତାଜୀଙ୍କ ଦେଶ ସ୍ୱାଧୀନତା ନିମନ୍ତେ ଯୋଗଦାନ ସଂପର୍କୀତ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନେକ ଶିକ୍ଷାବିତ୍, ସଂଗଠକ, ସାମ୍ବାଦିକ, ସାଧାରଣ ଜନତା ମଧ୍ୟ ଉପସ୍ଥିତ ଥିଲେ । ଶେଷରେ ଛାତ୍ରଛାତ୍ରୀ ସମେତ ଉପସ୍ଥିତ ବ୍ୟକ୍ତିତ୍ୱମାନଙ୍କୁ ଶ୍ରୀଯୁକ୍ତ ମିଶ୍ରଙ୍କ ତରଫରୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସଦରରେ ଥିବା ସୁଭାଷ ଛକରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅପର୍ଣ କରାଯାଇ ତାଙ୍କର ସ୍ମୃତିଚାରଣ କରାଯାଇଛି । ସେହିପରି ଜିଲ୍ଲାର ସୁଭାଷ ବୋଷ ଟାଉନ କେଏଲବି ପକ୍ଷରୁ ମଧ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା । ଉଭୟ କାର୍ଯ୍ୟକ୍ରମରେ ମାଲକାନଗିରି ଏସ୍ପି ବିନୋଦ ପାଟିଲ, ଉପଜିଲ୍ଲାପାଳ ଦୁର୍ଯେ୍ୟଧନ ଭୋଇ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତି ରହିଥିବାବେଳେ ସ୍ଥାନୀୟ ସମାଜସେବୀ ଜି ଶ୍ରୀନିବାସ ରାଓ, ବରିଷ୍ଠ ଆଇନଜୀବୀ ଗୋବିନ୍ଦ ପାତ୍ର, ରାମ ପଟ୍ଟନାୟକ, କେଶୁ ରାଓ, ପଦ୍ମ ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସୁଭାଷ ବୋଷ ଆବାସିକ ବିଦ୍ୟାଳୟରେ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ନୂତନ ମୂର୍ତ୍ତି ଉନ୍ମୋଚନ କରାଯାଇଥିଲା । ସେହିପରି ଜିଲ୍ଲା ସଦରମହକୁମାସ୍ଥ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଜୟନ୍ତୀ ଉତ୍ସବରେ ସଂଘର ବରିଷ୍ଠ ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଫୋଟୋ ଚିତ୍ରରେ ଦୀପ, ଧୂପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ମହାପୁରୁଷମାନଙ୍କ ଜୀବନୀ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ ସଦସ୍ୟ ସୁରେନ୍ଦ୍ର ମଲ୍ଲିକ, ନବକିଶୋର ସାହୁ, ବାବାଜୀ ଚରଣ ସ୍ୱାଇଁ, ଜନାର୍ଦ୍ଦନ ରାଓ, ବିଚିତ୍ରାନନ୍ଦ ରାଉତ, ସୁରେନ୍ଦ୍ର କୁମାର ପଣ୍ଡା, ଚୀରଞ୍ଜିବୀ ମହାପାତ୍ର, ବାଳକୃଷ୍ଣ ପାଢ଼ୀ, ଏସ୍. ୱିରାସ୍ୱାମୀ, ଜଗନ୍ନାଥ ତିଆଡ଼ି, ଲଡୁ କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଟାଙ୍ଗୀ-ଚୌଦ୍ୱାର: କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କଖଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପଞ୍ଚାୟତର ସରପଞ୍ଚ କଳ୍ପନା ଛତାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାପୁରୁଷଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ମହାପୁରୁଷଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କଖଡି ସେବା ସମବାୟ ସମିତି ସଭାପତି ସୁରେନ୍ଦ୍ରନାଥ ମହାନ୍ତି, କଖଡି ବିଜୁ ଜନତା ଦଳର ସଭାପତି ରଞ୍ଜନ କୁମାର ମୁଦୁଲି, କଖଡି ଗ୍ରାମ୍ୟ କମିଟି ସଭାପତି ଦିଲ୍ଲୀପ କୁମାର ଛତାର, ରଞ୍ଜନ କୁମାର ମୁଦୁଲି, ଜିତନ୍ ପାତ୍ରଙ୍କ ୱାର୍ଡ ମେମ୍ବର ସଭ୍ୟ ଉପସ୍ଥିତ ଥିଲେ ।
ତାଳଚେର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ ତାଳଚେର ପରିବେଶ ସୁରକ୍ଷା ସମିତି ପକ୍ଷରୁ ହାଟତୋଟା ସ୍ଥିତ ମୁ୍ୟନିସିପାଲିଟି ମାର୍କେଟ୍ ଠାରେ ପାଳିତ ହୋଇଯାଇଛି । ପରିବେଶ ସୁରକ୍ଷା ସମିତିର ଆବାହକ ପଦ୍ମ ଚରଣ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ ନେଜାତୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ସଭାରେ ବାଉରୀବନ୍ଧୁ ବେଜ, ପ୍ରହ୍ଲାଦ ଚନ୍ଦ୍ର ସାହୁ, ମାନସ ରଞ୍ଜନ ବେହେରା, କିଶାନ ସାହୁ, ଅଶୋକ ଶର୍ମା, ମାନସ ରଂଜନ ସାହୁ, ଅଶୋକ ବାରିକ, ସୁକାନ୍ତ ଦାସ, ଶୋଭାଗିନୀ ଦାସ, ବିନୋଦ ଲାଲ୍, ସଂଗ୍ରାମ କେଶରୀ କୁଅଁର, ମନମୋହନ ନାଏକ, ସୁଶିଲ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଆବାହକ ପଦ୍ମ ଚରଣ ସାମଲ ଏହି ଜୟନ୍ତୀ ସଭାକୁ ସଫଳ କରିଥିବାରୁ ମୁ୍ୟନିସିପାଲିଟି ମାର୍କେଟ୍ର ବନ୍ଧୁମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।
 ସାଲେପୁର : ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ସାଲେପୁର ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ସୁଭାଷ ଚନ୍ଦ୍ର ବୋଷଙ୍କ ଦେଶପ୍ରେମ ଉପରେ ଆଲୋଚନା କରିବା ସହ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ଅକ୍ଷୟ କୁମାର ଦାଶ, ସଂପାଦକ ହୃଷିକେଶ ମଲ୍ଲିକ, ନନ୍ଦକିଶୋର ଭୂୟାଁ, ସମାଜସେବୀ ନବକିଶୋର କର, ସୌମ୍ୟରଂଜନ ମଲ୍ଲ, ବିଶ୍ୱମୋହିତ କର, ଗୁଲରେଜ ଅଲ୍ଲୀ, ବିରଞ୍ଚôନାରାୟଣ କର, ବସନ୍ତ କୁମାର କର, ମନୋଜ କୁମାର ସାହୁ,  ସନ୍ତୋଷ କୁମାର ଭୂୟାଁ, ବିଭୁତିଭୂଷଣ ପାତ୍ର, ସାମ୍ବାଦିକ ମନୋଜ କୁମାର ଆଚାର୍ଯ୍ୟ, ଅରବିନ୍ଦ ଭୂୟାଁ, ଦୀପକ ଦାସ, ଶିଶିର ଦାଶ, ହେମନ୍ତ କୁମାର ଭୂୟାଁ, ପ୍ରତୁ୍ୟଷ ମହାନ୍ତି, ଚିତ୍ତରଂଜନ ମୁଦୁଲି ପ୍ରମୁଖ ଯୋଗ ଦେଇ ନେତାଜୀ ସୁଭାଷ ବୋଷଙ୍କ ସ୍ମୃତିଚାରଣ କରିଥିଲେ ।