ସାହାଣୀ କପ୍ ଫୁଟବଲ୍ ଉଦ୍ଘାଟିତ: ପ୍ରଥମ ମ୍ୟାଚ୍ରେ ଝାରସୁଗୁଡା ଓ ଦ୍ୱିତୀୟରେ ଭଦ୍ରକ ବିଜୟୀ
ରାଜକନିକା: ରାଜକନିକା ଆର୍ଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲା କ୍ରୀଡା ସଂସଦ ଓ ଫୁଟ୍ବଲ୍ ଆସୋସିଏସନ୍ ଅଫ୍ ଓଡିଶା ସହଯୋଗରେ ରାଜକନିକା ଆର୍ଏନ୍ ହାଇସ୍କୁଲ ମିନି ଷ୍ଟାଡିଅମରେ ୬୪ତମ ସିନିଅର ଆନ୍ତଃ ଜିଲ୍ଲା ସାହାଣୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଛି । ଖେଳକୁ ମୁଖ୍ୟଅତିଥି ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପ୍ରଥମ ମ୍ୟାଚ୍ ଜଗତସିଂହପୁର ଜିଲ୍ଲା ଓ ଝାରସୁଗୁଡା ଜିଲ୍ଲା ମଧ୍ୟରେ ହୋଇଥିଲା । ଏଥିରେ ଝାରସୁଗୁଡା ଜିଲ୍ଲା ୨-୧ ଗୋଲ ବିଜୟ ଲାଭ କରିଥିଲା । ସେହିପରି ଦ୍ୱିତୀୟ ମ୍ୟାଚ୍ରେ କେନ୍ଦ୍ରାପଡା ଭଦ୍ରକକୁ ଭେଟିଥିଲା । ଏଥିରେ ଭଦ୍ରକ୨-୦ ଗୋଲରେ ବିଜୟ ଲାଭ କରିଥିଲା । ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, କନିକା ତହସିଲଦାର ଭାନୁମତୀ ମାଝୀ, ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ,ରାଜକନିକା ଏସ.ଏନ କଲେଜ ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର କୁମାର ପଣ୍ଡା, ଓଳାଭର କଲେଜ ଅଧକ୍ଷ ପ୍ରଫେସର ହଳଧର ବେହେରା, ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଶେଖର ଚନ୍ଦ୍ର ବାରିକ, ସ୍ୱତନ୍ତ୍ରଅତିଥି ଫାଓର ଉପସଭାପତି ସହଦେବ ରାଉତ, ଫୁଟ୍ବଲ୍ ଖେଳାଳି ବିଜୟ ଦାସ ପ୍ରମୁଖ ଯୋଗଦେଇଥିଲେ । ରାଜକନିକା ଆଥଲେଟିକ ଆସୋସିଏସନ୍ର ସଭାପତି ଦୋଳ ଗୋବିନ୍ଦ ନାୟକ, ଉପସଭାପତି ବୈକୁଣ୍ଠ ନାଥ ପରିଡା ଓ କପିଳେନ୍ଦ୍ର ମଲ୍ଲିକ, ସାଧାରଣ ସମ୍ପାଦକ ଅଜୟ ନାୟକ, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ପଣ୍ଡା, ଯୁଗ୍ମ ସମ୍ପାଦକ ପ୍ରାଣବନ୍ଧୁ ରାଉତ, ଇଂ. ପ୍ରଶାନ୍ତ ବିଶ୍ୱାଳ, ଡ. ଫକୀର ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାୟକ, ମିଡିଆ ସମ୍ପାଦକ ଅଜୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଜ୍ୟୋତି ରଞ୍ଜନ ସ୍ୱାଇଁ, ଶଶୀକାନ୍ତ ଦାସିଆ ଖେଳ ପରିଚାଳନା କରିଥିବାବେଳେ, ଦିଲୀପ ରାଉତ ମ୍ୟାଚ୍ କମିଶନର କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରଥମ ଖେଳଟି ଶିକ୍ଷାବିତ୍ ଦାମୋଦର ରାଉତଙ୍କୁ ଉତ୍ସର୍ଗ କରାଯାଇ ଥିବା ବେଳେ, ଦ୍ୱିତୀୟ ମ୍ୟାଚ୍ ଆଳିର ରାଜା ସାହେବ ଓ ରାଣୀ ସହେବା ସ୍ୱର୍ଗତ ଶରତ ଦେବ ଓ ସୁଶ୍ରୀ ଦେବୀଙ୍କୁ ଉତ୍ସର୍ଗ କରାଯାଇଥିଲା ।