ଚାରିମାସ ହେଲା ମିଳୁନି ମଧ୍ୟାହ୍ନ ଭୋଜନ ବକେୟା ରାଶି
ଆସିକା : ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଗଣାରେ ସରକାରୀ ବିଦ୍ୟାଳୟ ମାନଙ୍କ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି । ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧୟନ କରୁଥିବା ସମସ୍ତ ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ନିମନ୍ତେ ବ୍ୟବସ୍ଥା କରାଯାଇଛି । ସପ୍ତାହକର ସୋମବାର ଏବଂ ଗୁରୁବାରରେ ଭାତ, ଡାଲମା, ମଙ୍ଗଳ ଶନିବାରରେ ଭାତ, ଡାଲି, ସୋୟା ତରକାରୀ ଏବଂ ବୁଧବାର ଏବଂ ଶୁକ୍ରବାରରେ ଭାତ, ଡାଲି, ଅଣ୍ଡା ତରଖରୀ ଦେବାକୁ ନିଷ୍ପତ୍ତି କରିଛନ୍ତି । ଆସିକା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ୫୮ ଗୋଟି ସ୍କୁଲ, ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀର ୧୩୩ଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଲୁ ରହିଥିବା କୁହାଯାଇଛି । ପ୍ରାଥମିକ ସ୍କୁଲରେ ପ୍ରାୟ ୭୬୯୦ ଜଣ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬୦୨୩ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଛି ବୋଲି ଜଣାପଡିଛି । ଏହି ମଧ୍ୟାହ୍ନ ଭୋଜନ ପରିଚାଳନା ନିମନ୍ତେ ୧୬ଟି ମହିଳା ସ୍ୱୟଂ ସହାୟକ ଦଳ ଦାୟିତ୍ୱ ନେଇଥିବା ବେଳେ ୧୧୭ଟି ବିଦ୍ୟାଳୟରେ ସ୍କୁଲ ପରିଚାଳନା କମିଟି ଦାୟିତ୍ୱ ନେଇଛନ୍ତି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ ପ୍ରକାରରେ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ନିମନ୍ତେ ପିଲା ପିଛା ଟଙ୍କା ୫. ୯୦ ପଇସା ପରିବର୍ତ୍ତେ ୭. ୬୪ପଇସା ଏବଂ ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟ ପାଇଁ ଟଙ୍କା ୮. ୮୨ପଇସାରୁ ଟଙ୍କା ୧୦. ୯୪ ପଇସାକୁ ବୃଦ୍ଧି କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଜିଲ୍ଲା ଏତେ କମ ଟଙ୍କାରେ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଏସଏମସି କିମ୍ୱା ଏସଏଚ୍ଜିଗୁଡିକୁ ଦୀର୍ଘ ଚାରି ମାସ ପୂର୍ଣ୍ଣ ହୋଇ ପାଞ୍ଚ ମାସ ଚଲୁଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କ ଏମଡ଼ିଏମ ନିମନ୍ତେ ଖର୍ଚ୍ଚ କରିଥିବା ଆର୍ଥିକ ରାଶି ମିଳୁନାହିଁ । ଦାୟିତ୍ୱରେ ଥିବା ଜିଲ୍ଲା ଅଧିକାରୀମାନେ ମାସକୁ ମାସ ନିଜର ଦରମା ନେଉଥିଲେ ମଧ୍ୟ ଏହି ମଧ୍ୟାହ୍ନ ଭୋଜନ ପରିଚାଳନା ଟଙ୍କା ମାସକୁ ମାସ ପ୍ରଦାନ କରାଯାଉନାହିଁ । ଏଭଳି ମଧ୍ୟାହ୍ନ ଭୋଜନ ଆର୍ଥôକ ଅନୁଦାନ ବିଳମ୍ବକୁ ଶିକ୍ଷକ ସଂଘ ଓ ମହିଳା ସଂଗଠନ ଦୃଢ ବିରୋଧ କରୁଥିବା ଦେଖାଦେଇଛି । ଏ ସମ୍ପର୍କରେ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସମସ୍ଥ ତଥ୍ୟ ଜିଲ୍ଲାକୁ ପ୍ରେରଣ କରାଯାଇଛି । ଦାୟିତ୍ୱରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫୋନ୍ ଯୋଗେ ପଚାରିବାକୁ ଚେଷ୍ଟା କଲେ ମଧ୍ୟ ଫୋନ ଗ୍ରହଣ କରି ନଥିଲେ । ତାଙ୍କ କାର୍ଯ୍ୟାଳୟର ଏମଡ଼ିଏମ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପଚାରିବାରୁ ପ୍ରଧାନମନ୍ତ୍ରୀ ପୋଷଣର ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟରୁ ଏମଡ଼ିଏମ ଆର୍ଥôକ ସହାୟତା ଜିଲ୍ଲାକୁ ଆସିଛି । ହେଲେ ସ୍ଥାୟୀ ଜିଲ୍ଲା ଶିକ୍ଷା ଅଧିକାରୀ ନଥିବାରୁ ବା ଆର୍ଥିକ ପରିଚାଳନା କ୍ଷମତା କାହାରିକୁ ପ୍ରଦାନ କରାଯାଇ ନଥିବାରୁ ଏହି ଟଙ୍କା ରହିଛି । ଆର୍ଥିକ ପରିଚାଳନା କ୍ଷମତା ଆସିଲା ପରେ ଏହି ବକେୟା ରାଶି ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।