ଚାଲାଣ ବେଳେ ୫ ବାଛୁରୀ ଜବତ; ୨ କୋର୍ଟ ଚାଲାଣ

 ପାଣିକୋଇଲି: ଜହ୍ନା ପଞ୍ଚାୟତ ଛୋଟରାୟପୁର ଗ୍ରାମ ନିକଟରୁ ଅଟୋରେ ବେଆଇନ ଭାବେ ଚାଲାଣ ହେଉଥିବା ୫ଟି ବାଛୁରିକୁ ପୁଲିସ ଜବଦ କରିଥିବା ବେଳେ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି । ଖବର ମତେ ବେଆଇନ ଭାବେ ଚୋରା ଚାଲାଣ କରାଯାଉଥିବାର ଖବର ପାଇ ଶଙ୍ଖଚିଲା ଫାଣ୍ଡି ଅଧିକାରୀ ଦେବ ମହାନ୍ତି ଛୋଟରାୟପୁର ଛକରେ ଓଡି୩୪ଏସ ୬୨୪୩ ନଂ ଅଟୋକୁ ଜବଦ କରିଥିଲେ । ଜବତ ସମୟରେ ଅଟୋରେ ୫ଟି ବାଛୁରି ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ଏନେଇ ଏକ ମାମଲା ରୁଜ୍ଜୁ କରି ପୁଲିସ ଅଟୋ ଚାଳକ କୁଆଖିଆ ଥାନା କୁଜିବର ଗ୍ରାମର ସଦାନନ୍ଦ ରାଉତଙ୍କ ପୁଅ ପ୍ରତାପ (୩୫) ଓ ବେପାରୀ ଯାଜପୁର ରୋଡ ଥାନା ଅନ୍ତର୍ଗତ ପହଁଙ୍ଗା ଗ୍ରାମର କାଶିନାଥ ମଳିକଙ୍କ ପୁଅ ପଞ୍ଚାନନନ(୩୯)କୁ ଗିରଫ କରଥିଲେ । ଜବତ ବାଛୁରୀକୁ ଗୋଶାଳା ଜିମା ଦିଆଯାଇଛି ।