ବୃଦ୍ଧାଙ୍କ ଠାରୁ ସୁନାଚେନ ଲୁଟ୍


 କୋଣାର୍କ: କୋଣାର୍କ ଥାନା ଅଧିନସ୍ଥ ଜୁଣେଇଁ ଗ୍ରାମର ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ବେକରୁ ମଙ୍ଗଳବାର ଦୁଇଜଣ ଦୁର୍ବୃତ୍ତ ସୁନା ଚେନ ଲୁଟ୍ କରିବା ନେଇ ବୃଦ୍ଧାଙ୍କ ପୁଅ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବରରୁ ପ୍ରକାଶ ଯେ, କୋଣାର୍କ ଥାନା ଅଧିନସ୍ଥ ଜୁଣେଇଁ ଗ୍ରାମର ରାଧାମଣୀ ପାତ୍ର (୭୦) ବର୍ଷ ସକାଳ ସମୟରେ ଠାକୁର ପୂଜା ପାଇଁ ଫୁଲ ତୋଳି ଘରେ ରଖିବା ପରେ ଦାଣ୍ଡ ପିଣ୍ଡାରେ ବସିଥିଲେ । ଏହି ସମୟରେ ଦୁଇଜଣ ଅଜଣା ଯୁବକ ଏକ ନାଲି ରଙ୍ଗର ବାଇକରେ ଆସି ସଂପୃକ୍ତ ବୃଦ୍ଧା ଜଣଙ୍କୁ ବାବୁଲା ପାତ୍ରଙ୍କ ଘର କୋଉଠି ବୋଲି ପଚାରିବା ସହ ସଂପୃକ୍ତ ବୃଦ୍ଧା ଜଣଙ୍କ କିଛି କହିବା ପୂର୍ବରୁ ତାଙ୍କ ବେକରେ ଥିବା ସୁନା ଚେନ ଛିଣ୍ଡାଇ ଦ୍ରୁତଗତିରେ ଜୁଣେଇଁ ହାଟ ଅଭିମୁଖେ ଖସି ପଳାଇଯାଇଥିଲେ । ଏହି ଘଟଣାକୁ ନେଇ ବୃଦ୍ଧା ରାଧାମଣୀ ପାଟି କରି ଡାକିବା ପରେ ପରିବାର ସଦସ୍ୟ ଓ ଗାଁ ଲୋକ ମାନେ ରୁଣ୍ଡ ହୋଇ ଦୁଇ ଦୃବର୍ତ୍ତଙ୍କୁ ବହୁ ଖୋଜାଖୋଜି କରିବା ପରେ ସେମାନଙ୍କ ସନ୍ଧାନ ପାଇ ନ ଥିଲେ ।