ପ୍ରତି ସେଣ୍ଟରକୁ ୫ ଲକ୍ଷ 

 ଜଗତସିଂହପୁର/ନବରଙ୍ଗପୁର : ମଣି ଚରଣ ଶାରଳା ଏକାଡେମୀ, ତିର୍ତ୍ତୋଲ ଜଗତସିଂହପୁରଠାରେ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋ- ଖୋକୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଭାସି ମାଧ୍ୟମରେ ଶୁଭ ଉଦ୍ଘାଟନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ୍ ଭିଡ଼ିଓ କନଫରେନସି ହଲ୍ରେ ଆଭାସି ମାଧ୍ୟମରେ ଏହି କେନ୍ଦ୍ରର ଶୁଭ ଉଦ୍ଘାଟନ ହୋଇଛି । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ଶିକ୍ଷଧିକାରୀ ନିରଞ୍ଜନ ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ବିଶ୍ୱ ବିଜୟିନୀ ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଖୋ-ଖୋ ପ୍ରଶିକ୍ଷକ ଦେବେନ୍ଦ୍ର ନାଥ, ବିଦ୍ୟାଳୟର ଖୋ-ଖୋ ଛାତ୍ରଛାତ୍ରୀ ଓ ଅନ୍ୟ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । 
ସେହିପରି ନବରଙ୍ଗପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ଓଡ଼ିଶା ସରକାରଙ୍କ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ୱାରା ଆଭାସି ମାଧ୍ୟମରେ ନବରଙ୍ଗପୁରର ଭାମିନୀ ବିଦ୍ୟାଳୟରେ ଏଥେଲେଟିକ କ୍ରୀଡା ନିମନ୍ତେ ଖେଳ ଇଣ୍ଡିଆ ସେଣ୍ଟର୍ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ପ୍ରତ୍ୟେକ ସେଣ୍ଟରକୁ ପ୍ରତିବର୍ଷ ସରକାର ୫ଲକ୍ଷ ଟଙ୍କାର ଅନୁଦାନ ରାଶି ଦେବେ ବୋଲି ଘୋଷଣା କରିଥିଲେ । 
ଉକ୍ତ ଅଭାସି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପଳ ତପନ କୁମାର ଖୁଣ୍ଟିଆ (ସାଧାରଣ), ବିଶ୍ୱଜିତ ଚନ୍ଦ୍ର ବର୍ମନ (ରାଜସ୍ୱ), ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଯଦୁମଣି ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ଜିଲ୍ଲା କ୍ରୀଡା ସଂଘର ଉପସଭାପତି ଏମ ବାଲା କୃଷ୍ଣ ରାଓ, ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରିକେଟ୍ ସମ୍ପାଦକ ଅଶୋକ ନାୟକ  ସମେତ ଭାମୀନି ବିଦ୍ୟାଳୟର କର୍ମକର୍ତ୍ତା  ଉପସ୍ଥିତ ଥିଲେ । ଜିଲ୍ଲା କ୍ରୀଡା ଅଧିକାରୀଙ୍କ କର୍ମଚାରୀ ନିରଞ୍ଜନ ନାୟକ ସହଯୋଗ କରିଥିଲେ ।