ସାର ଓ ବିହନ ବିକ୍ରେତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ

 ନବରଙ୍ଗପୁର  : ଜିଲ୍ଲାପାଳ  ଡ. ଶୁଭଙ୍କର ମହାପାତ୍ର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିଦେ୍ର୍ଦଶାନୁସାରେ, ଜିଲ୍ଲାସ୍ତରୀୟ ନିରୀକ୍ଷଣ ଟିମ୍ ନବରଙ୍ଗପୁର ବ୍ଲକ୍ର ବିକ୍ରମପୁର, ସିନ୍ଧିଗାଁ, ବଡମସିଗାଁ, ଅଗ୍ନିପୁର, ତାରାଗାଁ ବିଜ୍ଞାପିତ ଅଂଚଳ ପରିଷଦର ବିଭିନ୍ନ ବିହନ ଓ ସାର ବ୍ୟବସାୟୀଙ୍କ ଦୋକାନ ଉପରେ ନିରୀକ୍ଷଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଟିମ୍ରେ ଅନ୍ତର୍ଭୁକ୍ତ ଥିଲେ, ପ୍ରଣୟ ମନ୍ତ୍ରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରତିନିଧି କୈଳାଶ ଚନ୍ଦ୍ର ତ୍ରିପାଠୀ, ତହସିଲଦାର ଅନିଲ ପ୍ରହରାଜ, କୃଷି ଜିଲ୍ଲା ଅଧିକାରୀ ଅଭିଜିତ ପ୍ରଧାନ, ବ୍ଲକ କୃଷି ଅଧିକାରୀ ପ୍ରଜ୍ଞାଲିପି ପୂଜାରୀ, ବିହନ ନିରୀକ୍ଷକ ର୍ବମୋଟ ୧୦ ଟି ସାର ଓ ବିହନ ବ୍ୟବସାୟୀଙ୍କ ଦୋକାନ ଯାଞ୍ଚ କରିଥିଲେ । ଏହା ମଧ୍ୟରୁ ୩ ଟି ସାର ଆଉ ଗୋଟିଏ ବିହନ ଦୋକାନକୁ ଲାଇସେନ୍ସ ନିଲମ୍ବନ ପାଇଁ ମଧ୍ୟ ଚିଠି କରାଗଲା । ଏହା ଦ୍ୱାରା ସମସ୍ତ ବିହନ ବେପାରୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି । ସମସ୍ତ ବୀଜ ବ୍ୟବସାୟୀଙ୍କୁ ଏହି ଚେତାବନୀ ଦିଆଯାଇଛି ଯେ, ଯେକୌଣସି କମ୍ପାନୀର ବିହନକୁ ବିନା ଉତ୍ସ ପ୍ରମାଣପତ୍ରରେ ରଖିବାକୁ ଅନୁମତି ନାହିଁ ।