ଚାଷୀଙ୍କୁ ଇନ୍ପୁଟ ସହାୟତା ରାଶି ପ୍ରଦାନ 

ରାୟଗଡା: ଚାଷୀଙ୍କୁ ଧାନ ବିକ୍ରି ଇନପୁଟ୍ ସହାୟତା ଲାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି  । ସ୍ଥାନୀୟ ଜିସିଡି ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ସଂଖ୍ୟାରେ ଚାଷୀ ଯୋଗଦାନ କରି ବରଗଡ ଜିଲା ସୋହେଲା ଠାରେ ମୁଖ୍ୟମନ୍ତ୍ରୀଙ୍କ ଲାଇଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ  । ଚଳିତ ବର୍ଷ ଧାନ କ୍ୱିଂଟାଲ ପିଛା ଚାଷୀ ୩୧୦୦ ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ  । ୨୩୦୦ ଟଙ୍କା ଧାନର ସହାୟକ ମୂଲ୍ୟ ହୋଇଥିବା ବେଳେ ୮୦୦ ଟଙ୍କା ଇନପୁଟ ସବସିଡ ରହିଛି  । ଉକ୍ତ ଇନପୁଟ ସବସିଡ ଚାଷୀଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଅନେକ କୃଷକ ନେତା ଆଜି କାର୍ଯ୍ୟକ୍ରମରେ କହିଥିଲେ  । ଏହି କାର୍ଯ୍ୟକ୍ରମରେ ପାରୁଲ ପଟାୱରି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କର, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦାଶରଥି ସୋରେନ୍, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ କସ୍ତୁରି ସନ୍ୟାସି ରାଜୁ ଓ ଡିଆରସିଏସ ସୀତାପତି କରୁଣାକର ମାଝି ପ୍ରମୁଖ ଉପସ୍ଥିତ ଥିଲେ  । ଏହି କାର୍ଯ୍ୟକ୍ରମରେ ଜିଲାର ସମସ୍ତ ୧୧ବ୍ଳକରୁ ହଜାର ସଂଖ୍ୟରେ ଚାଷୀ ସାମିଲ ହୋଇଥିଲେ  ।