୪ହଜାରରେ ସୀମିତ ୪ ଥରର ବିଧାୟକ ଦେବାଶିଷ
ଯାଜପୁରରେ କଂଗ୍ରେସର ଶୋଚନୀୟ ଅବସ୍ଥା ଦୀର୍ଘବର୍ଷ ଧରି ଲାଗିରହିଛି । ସେଥିରୁ ଦଳ କେବେ ମୁକୁଳିବ, ତାହାତ ସମୟ କହିବ, ହେଲେ ନିର୍ବାଚନ ଲଢିବା ଝୁଙ୍କରେ ଥିବା ବରୀର ପ୍ରାକ୍ତନ ବିଧାୟକ ଦେବାଶିଷ ନାୟକ ବିଜେଡ଼ି ଛାଡ଼ି ବିଜେପି ପୁଣି ବିଜେପି ଛାଡ଼ି କଂଗ୍ରେସକୁ ଯାଇ ନିର୍ବାଚନ ଲଢି ଶୋଚନୀୟ ପରାଜୟ ବରଣକରିବା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ବିଜେଡ଼ିରେ ଥିବା ବେଳେ ବରୀବାସୀଙ୍କ ଆଶୀର୍ବାଦରୁ ୪ଥର ବିଧାୟକ ହୋଇଥିବା ଶ୍ରୀ ନାୟକ ଚଳିତ ନିର୍ବାଚନ ଲଢିବାକୁ ଗଲାବର୍ଷ ଠାରୁ ଘୋଷଣା କରିଥିଲେ । ଲଢିବା ଝୁଙ୍କରେ ଥିବା ଶ୍ରୀ ନାୟକ ବିଜେପିରେ ଯୋଗ ଦେଇ ବିଜେଡ଼ିକୁ ବହେ ଗାଳିମନ୍ଦ ବି କଲେ । ହେଲେ ଶ୍ରୀ ନାୟକଙ୍କ ବଦଳରେ ବିଜେପି ଉମେଶ ଜେନାଙ୍କୁ ପ୍ରାର୍ଥୀ କଲା । ଶ୍ରୀ ନାୟକ ମାସ ଦୁଇଟା ପରେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇ ଟିକେଟ ହାତେଇଲେ । ବରୀରୁ ୪ଥର ବିଧାୟକ ହୋଇଥିବା ଶ୍ରୀ ନାୟକ ପ୍ରାର୍ଥୀ ହେବା ପରେ କଂଗ୍ରେସ ନିଶ୍ଚିନ୍ତ ୧୯ ନିର୍ବାଚନ ଅପେକ୍ଷା ଭଲ କରିବ ବୋଲି ସମସ୍ତେ ଧରି ନେଇଥିଲେ । ହେଲେ ୪ଥରର ବିଧାୟକ ମାତ୍ର ୪ହଜାର ଭୋଟ ହାତେଇବାକୁ ସକ୍ଷମ ହେଲେ ।