ଶୀତଳ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟିତ
ନୀଳଗିରି : ନୀଳଗିରି ବ୍ଲକ ଅନ୍ତର୍ଗତ ପୋଡାଶୁଳ ଛକ କାଳୀ ମନ୍ଦିର ଠାରେ ନୂତନ ଶୁଦ୍ଧ ଶୀତଳ ପାନୀୟ ଜଳ ପ୍ରକଳ୍ପକୁ ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ ଶୁଭ ଉଦ୍ଘାଟନ କରିଛନ୍ତି । ବିଶେଷ କରି ମା'ଙ୍କ ଦର୍ଶନ ଏବଂ ପୂଜା ପାଇଁ ଆସୁଥିବା ଭକ୍ତମାନଙ୍କ ପାନୀୟ ଜଳର ସମସ୍ୟାକୁ ସମାଧାନ ପାଇଁ ବିଧାୟକ ନିଜ ହାତ ପାଣ୍ଠି ଦୁଇ ଲକ୍ଷ ଟଙ୍କା ଅନୁଦାନ ରାଶିରେ ଲଗାଯାଇଛି । ଏହି ଅବସରରେ ୧୨ ନମ୍ବର ଜିଲ୍ଲା ପରିଷଦ ରଞ୍ଜିତା ସିଂ, ସ୍ଥାନୀୟ ନେତୃତ୍ୱ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ଏ ନେଇ କାଳୀ ପୂଜା କମିଟି ପକ୍ଷରୁ ବିଧାୟକ ଙ୍କୁ ସାଧୁବାଦ ଜଣାଇଛନ୍ତି ।