ଚାଷୀଠାରୁ ଲାଞ୍ଚ ମାଗି ଜଣେ ବହିଷ୍କାର, ଦୁଇ ନିଲମ୍ବିତ
ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ର ଜଣେ ଚାଷୀଙ୍କ ଠାରୁ ମୃତ୍ତିକା ସଂରକ୍ଷଣ ନିଦେ୍ର୍ଦଶାଳୟର ମନରେଗା ସହାୟକ ଲାଞ୍ଚ ମାଗୁଥିବା ଅଭିଯୋଗର ଖବର ତଥା ଭିଡିଓ ଟେଲିଭିଜନରେ ପ୍ରସାରିତ ହୋଇଥିଲା । ସମ୍ପୃକ୍ତ ଭିଡିଓ ତଥା ଚାଷୀଙ୍କ ଅଭିଯୋଗକୁ ଆଧାର କରି ମୃତ୍ତିକା ସଂରକ୍ଷଣ ନିଦେ୍ର୍ଦଶାଳୟର ଅସ୍ଥାୟୀ କର୍ମଚାରୀ ପ୍ରଶାନ୍ତ ସେଠଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ତତ୍ ସହିତ ମୃତ୍ତିକା ସଂରକ୍ଷଣ ଓଭରସିଅର ପ୍ରଶାନ୍ତ ଦଳାଇ ଓ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ସେଶଦେବ ମେହେରଙ୍କୁ ମଧ୍ୟ ଚାକିରିରୁ ନିଲମ୍ବିତ କରାଯାଇଛି । କୃଷି ବିଭାଗକୁ ଏ ବିଷୟରେ ଅବଗତ କରାଯିବା ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତଦନ୍ତ ନିଦେ୍ର୍ଦଶ ଦେଇଥିଲେ । ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରାଯାଇ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି ।