ଭିଜିଲାନ୍ସ କବଳରେ ସହକାରୀ ଯନ୍ତ୍ରୀ ; ୩ ଦିନ ପରେ ନେଇଥାନ୍ତେ ଅବସର

ବ୍ରହ୍ମପୁର: ଅବସର ନେବାର ୩ ଦିନ ଆଗରୁ ମାଡ଼ିବସିଲା ଭିଜିଲାନ୍ସ । ଭିଜିଲାନ୍ସ ଜାଲରେ ଧରାପଡିଲେ ସହକାରୀ ଯନ୍ତ୍ରୀ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ସୁଶୀଲ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ, ଆଙ୍କୁଲି ସ୍ଥିତ ବାସଭବନ ସମେତ ୭ରୁ ଅଧିକ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି।