ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ
ରାଜନଗର: ରାଜନଗର ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଧାରଣ ବୈ÷ଠକ ପେଣ୍ଠ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି କୃପାସିନ୍ଧୁ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈ÷ଠକକୁ ବିଜୟ କୁମାର ଜେନା ସଂଯୋଜନା କରିଥିଲେ । 
ଏହି କାର୍ଯ୍ୟକ୍ରମକୁ ନଟବର ସାହୁ ଉଦ୍ଘାଟନ କରିଥିଲେ । କର୍ମଚାରୀମାନଙ୍କର ମୌଳିକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସଭ୍ୟ ସଭ୍ୟା ସଂଗ୍ରହ, ପାଣ୍ଠି ସଂଗ୍ରହ, ଶିଶୁ ପ୍ରତିଭା, ସାମାଜିକ କର୍ମୀ ଓ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା, ବୟସ ଅନୁପାତରେ ପେନସନ ସ୍ଲାପ ସଂଶୋଧନ, ବରିଷ୍ଠ ନାଗରିକଙ୍କୁ ପ୍ରମାଣପତ୍ର ପ୍ରଦାନ, କର୍ମଚାରୀମାନଙ୍କର ଡାଟାବେସ ପ୍ରସ୍ତୁତି, ଜମି ଅଧିଗ୍ରହଣ, ମୃତ ପରିବାରଙ୍କୁ ଆର୍ଥିକ ଅନୁଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ଜେନା, ଅନିଲ କୁମାର ବଳ, ଉପେନ୍ଦ୍ରନାଥ ସ୍ୱାଇଁ, ପ୍ରଦୀପକୁମାର ନାୟକ, ଗଣେଶ୍ୱର ନାୟକ, ସୁରେନ୍ଦ୍ର ପ୍ରଧାନ, ପ୍ରସନ୍ନକୁମାର ଦାଶ, ଅଭିରାମ ସାହୁ, ସର୍ବେଶ୍ୱର ମହାନ୍ତି, ଘନଶ୍ୟାମ ବଳ, ସୁରେନ୍ଦ୍ର ବଳ, କପିଳାସ ବଳ ପ୍ରମୁଖ ଯୋଗଦେଇ ମତାମତ ପ୍ରଦାନ କରିଥିଲେ  ।                        
 
 Rasmita Behera
                                    Rasmita Behera                                 
    
 
    
 
 
 
