ଚିତ୍ରକୋଣ୍ଡା ବ୍ଲକ ପରିଦର୍ଶନରେ ଗଣଶିକ୍ଷା ମନ୍ତ୍ରୀ
ାା ପ୍ରଭାନୁ୍ୟଜ୍ ।ା ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ପରିଦର୍ଶନରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସୂଚନା ଅନୁଯାୟୀ ସେ ପ୍ରଥମେ ବଡ଼ପଡା ଠାରେ ଥିବା ଏଜୁକେସନ କମ୍ପ୍ଲେକ୍ସ ସ୍କୁଲ ପରିସର ବୁଲାବୁଲି କରିଥିଲେ । ଏହା ପରେ ଚିତ୍ରକୋଣ୍ଡା ବ୍ଲକ ଠାରେ ଏକ ବୈଠକରେ ସେ ଯୋଗ ଦେଇ ନିଜର ଅଭିବାଦନ ଜଣାଇଥିଲେ ଓ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ । ସୁଭଦ୍ରା ଯୋଜନା ଦ୍ୱାରା କେମିତି ସମସ୍ତ ମହିଳା ଲାଭାନ୍ୱିତ ହେବେ ଏବଂ ଆଗାମୀ ଦିନରେ ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ହୋଇପାରିବ ସେ ବାବଦରେ ଜଣାଇଥିଲେ । ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ପାଇଁ ଏବଂ ଅନ୍ୟାନ୍ୟ ବିଦ୍ୟାଳୟ ମାନଙ୍କ ଉନ୍ନତି ପାଇଁ ଦରଖାସ୍ତ ମଧ୍ୟ ଦିଆଯାଇଥିଲା । ଚିତ୍ରକୋଣ୍ଡା ବ୍ଲଜ ପାଇଁ ବିଇଓ ଅଫିସ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଆଗାମୀ ଦିନରେ ଅଞ୍ଚଳର ଉନ୍ନତି କରାଇବା ସହ ଶିକ୍ଷା ଦିଗରେ ବିଶେଷ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଗଣଶିକ୍ଷା ମନ୍ତ୍ରୀଙ୍କ ବାଲିମେଳା ଗସ୍ତ ।