‘ମନ୍ କି ବାତ୍’ ଶୁଣିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

 ଢେଙ୍କାନାଳ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨୩ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଆଜି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କାର୍ଯ୍ୟକର୍ତ୍ତାଙ୍କ ସହ ଢେଙ୍କାନାଳସ୍ଥିତ ନିଜ କାର୍ଯ୍ୟାଳୟରେ ଶୁଣିଛନ୍ତି ।  ଉପରୋକ୍ତ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଢେଙ୍କାନାଳ ନଗରପାଳିକା ଜୟନ୍ତୀ ପାତ୍ର, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ମନ୍ କୀ ବାତ୍ ଜିଲ୍ଲା ସଂଯୋଜକ ମାତୃପ୍ରସାଦ ନନ୍ଦ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ପୂର୍ବତନ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି, ନଗର ମଣ୍ଡଳ ସଭାପତି ବିକାଶ କୁମାର ସାହୁ, ପୂର୍ବତନ ସଭାପତି ଧୃବ ଚରଣ ସ୍ୱାଇଁ, ସାଂସଦଙ୍କ ପୌର ପ୍ରତିନିଧି ରୁଦ୍ର ନାରାୟଣ ତ୍ରିପାଠୀ, ମନ୍ତ୍ରୀଙ୍କ ବ୍ଲକ୍ ପ୍ରତିନିଧି ଜ୍ଞାନ ରଞ୍ଜନ ନାୟକ, ବରିଷ୍ଠ ନେତା ସତ୍ୟବାନ ପାତ୍ର, କାଉନ୍ସିଲର ଲକ୍ଷ୍ମୀପ୍ରିୟା ଦଳେଇ, ପ୍ରତାପ ନାୟକ, ସୂର୍ଯ୍ୟପ୍ରତାପ ରାଉତ, ବଳରାମ ସେଠୀ, ଅଭିମନୁ୍ୟ ପଣ୍ଡା, ବରିଷ୍ଠ କାର୍ଯ୍ୟକର୍ତ୍ତା ପଦ୍ମଭୂଷଣ ସାହୁ, ପ୍ରଦୀପ ମଲ୍ଲିକ, ରାଜେନ୍ଦ୍ର ପ୍ରଧାନ, ମାଳବିକା ସ୍ୱାଇଁ, ଦେବାଶିଷ ପାଣି, ଦୀପକ ପଟ୍ଟନାୟକ, ବାଦଲ ବେହେରା, ସୁଚିତ୍ର ବେହେରା, ସନ୍ତୋଷ ବେହେରା, ପ୍ୟାରୀ ମୋହନ ସେଠୀ, ରାକେଶ ସାହୁ, ଦୟାନିଧି ବେହେରା ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।