ହାତୀ ଦାନ୍ତ ଚୋରି ଘଟଣାରେ ୪ ଗିରଫ
ନୀଳଗିରି : ଦନ୍ତା ହାତୀର ଦାନ୍ତ ଚୋରି ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । କିଛି ଦିନ ପୂର୍ବରୁ କୁଲଡ଼ିହା ଅଭୟାରଣ୍ୟର ହୁଡ଼ିସାହି ଜଙ୍ଗଲରେ ଏକ ଦନ୍ତା ହାତୀର ଗଳିତ ମୃତ ଦେହ ବନବିଭାଗ ଠାବ କରିଥିବା ବେଳେ ଦାନ୍ତ ଲୁଟ୍ ହୋଇଥିବାର ତଦନ୍ତରୁ ଜଣାପଡିଥିଲା । ପରେ କୁଲଡ଼ିହା ରେଞ୍ଜର ସୁବ୍ରତ ବେହେରା ଶିକାରୀଙ୍କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଗତ ୧୭ତାରିଖରେ ପୁଟୀବନ୍ଧ ଗ୍ରାମର ଦଶରଥ ସିଂ କୁ ଗିରଫ କଲା ପରେ ଦନ୍ତା ହାତୀର ଦାନ୍ତ ଲୁଟ୍ ଘଟଣା ବାବଦରେ ଅନେକ ସୁରାକ ପାଇଥିଲେ । ଆଜକୁ ତିନିଦିନ ତଳେ ମୁନା ସିଂ, ପଣ୍ଡା ସିଂ, ଲେକେ ସିଂ, ତପନ ସିଂକୁ ସଜନାଗଡ ଅଯୋଧ୍ୟା ରାସ୍ତାରେ ସାଜନାଗଡ ଛକରୁ ଅନତି ଦୂରରେ ୪ଜଣକୁ ଗିରଫ କରିବା ସହ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ତାଙ୍କ ଘରୁ ୩ଟି ଦେଶୀ ବନ୍ଧୁକ, ଏକ କୁରାଢି, ତାର, ଗୋଳା ବାରୁଦ ୨ଟି କଟୁରୀ , ଝିଙ୍କ କାଠି ବଜ୍ରକାପଟ୍ଟାର କାତି, ହାତୀର କଳ ଦାନ୍ତ, ହରିଣ ସୀଙ୍ଘ ଜବତ କରାଯାଇଥିବାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।