ଚେସ୍ ପ୍ରଶିକ୍ଷଣ ଶିବିର ଆରମ୍ଭ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ତୃଣମୂଳସ୍ତରରୁ କୁଶଳୀ ତଥା ଅଣକୁଶଳୀ ଚେସ୍ ଖେଳାଳୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚେସ୍ ଖେଳକୁ ସମୃଦ୍ଧ କରିବା ଏବଂ ଜିଲ୍ଲାରେ ଚେସ୍ ଖେଳର ସାକାରାମ୍ôକ ପ୍ରଚାର ପ୍ରସାର ଉଦେ୍ଦଶ୍ୟରେ କେନ୍ଦ୍ରାପଡା ଜିଲ୍ଲା ଚେସ୍ ଆସୋସିଏସନ୍ ତରଫରୁ ୮ ଦିନିଆ ନିଶ୍ଲୁକ ଗ୍ରୀଷ୍ମକାଳୀନ ଚେସ୍ ପ୍ରଶିକ୍ଷଣ ଶିବିର ୨୦୨୫ ଆସନ୍ତା ୩୦ ତାରିଖରୁ ଆରମ୍ଭ ହୋଇ ଜୁନ୍ ମାସ ୬ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡା ସ୍ୱୟଂଶାସିତ କଲେଜରେ ଆୟୋଜିତ ହେବ । ପ୍ରତିଦିନ ସକାଳ ୮ ଠାରୁ ଆରମ୍ଭ ହୋଇ ଦିନ ୧୧ ଘଟିକା ପର୍ଯ୍ୟନ୍ତ ଚାଲିବ । ରାଜ୍ୟରେ ଅଭିଜ୍ଞ କୋଚ୍ ମାନଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ଶିବିର ଜିଲ୍ଲାର ଖେଳାଳୀଙ୍କ ମଧ୍ୟରେ ଯୋଗ୍ୟତା ବୃଦ୍ଧି କରିବା ସହିତ ରାଜ୍ୟ ତଥା ଜାତୀୟସ୍ତରରେ ଜିଲ୍ଲାର ମାନ ବୃଦ୍ଧି କରିବା ସହାୟକ ହେବ ବୋଲି ଜିଲ୍ଲା ସଂଘ ସମ୍ପାଦକ ଭବେଶ୍ ମହାନ୍ତି ପ୍ରକାଶ କରିଛନ୍ତି । ଏହି ଶିବିରରେ ଯୋଗାଯୋଗ ପାଇଁ ଖେଳାଳୀମାନେ ୨୯ ତାରିଖ ସଂନ୍ଧ୍ୟା ୭ ଘଟିକା ସୁଦ୍ଧା ୯୯୩୭୧୬୨୯୯୫ / ୯୯୩୭୪୬୬୭୫୫ ରେ ଯୋଗାଯୋଗ କରିପାରିବେ ବୋଲି ସଂଘ କାର୍ଯ୍ୟକାରିଣୀ ସଦସ୍ୟ ନେହେରୁ ସାହୁ ଜଣାଇଛନ୍ତି ।