ସାମ୍ବାଦିକଙ୍କୁ ମାଡ଼ ନେଇ ବରୀ ପ୍ରେସ କ୍ଲବର୍ ନିନ୍ଦା
ବରୀ : ସାମ୍ବାଦିକ ହେଉଛନ୍ତି ସମାଜ ର ଚତୁର୍ଥ ସ୍ଥମ୍ଭ ଓ ଜାଗ୍ରତ ପ୍ରହରୀ । ଏବେ ସାମ୍ବାଦିକଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ବଲାଙ୍ଗିରି ଜିଲ୍ଲାର ଜଣେ କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଅମାନୁଷିକ ଭାବେ ଆକ୍ରମଣ ଓ ଅତ୍ୟାଚାର କରାଯାଇଛି । ଏଭଳି ଘଟଣାକୁ ନେଇ ବରୀ ପ୍ରେସ କ୍ଲବ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରେସ କ୍ଲବ୍ର ପଦ୍ମନାଭ ଜେନା, ହୃଷିକେଶ ଜେନା, ପ୍ରଭାତ ମହାନ୍ତି, ସଞ୍ଜୟ ବେହେରା, ପ୍ରତାପ ଦାସ, ସଞ୍ଜତ ମହାନ୍ତି, ବିଶ୍ୱଭୂଷଣ ଜେନା, ଅରୁଣ ବେହେରା, ରାଜକୁମାର ମହାନ୍ତି ପ୍ରମୁଖ ଦାବି କରିଛନ୍ତି ।