ଅଜଣା ଗାଡି ଧକ୍କାରେ ବୃଦ୍ଧା ମୃତୁ୍ୟ

 କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣିରୁ ଧର୍ମଗଡ ବ୍ଲକକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ରାସ୍ତାର ଭୁର୍ଷାଗୁଡା ଛକ ନିକଟରେ ସୋମବାର ମଧ୍ୟାହ୍ନରେ ସ୍ଥାନୀୟ ଗ୍ରାମର ଜଣେ ବିଧବା ବୃଦ୍ଧା ମହିଳା ହାରାବତୀ ଧଙ୍ଗଡା ମାଝୀ ରାସ୍ତା ପାର ହେଉଥିବା ବେଳେ ଦ୍ରୁତ  ଗତିରେ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇ ପଳାଇଥିବା ବେଳେ ରାସ୍ତାରେ ପଡି ବୃଦ୍ଧା ମହିଳା ଜଣକ ଗୁରୁତର ଅବସ୍ଥାରେ କିଛି ସ୍ଥାନୀୟ ଯୁବକ ୧୦୮ ଆମ୍ବୁଲାନ୍ସ ଯୋଗେ ବୃଦ୍ଧାଙ୍କୁ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ  । ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଆମପାଣି ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଛି । ଏନେଇ ଆମପାଣି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୁଲିସ ଏସଆଇ ଈଶ୍ୱର ଚନ୍ଦ୍ର ସିରକା ସୂଚନା ଦେଇଛନ୍ତି । ତେବେ ସୂଚନାଯୋଗ୍ୟ ଯେ ମୃତ ବୃଦ୍ଧା ଭୁର୍ଷାଗୁଡା ୟୁପି ସ୍କୁଲ ରେ ଦୀର୍ଘ ବର୍ଷ ହେବ ପାଚିକା ଭାବେ କାର୍ଯ୍ୟ କରି ଆସୁଥିଲେ । ଏଣୁ ତାଙ୍କ ମୃତୁ୍ୟ ପରେ ତାଙ୍କ ପୁଅଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।