ଲଘୁଚାପ ବର୍ଷା, ଭାଙ୍ଗିଲା ଗଛ
ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁଠୁ ସିନାପାଲି ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ବନ୍ଦଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଲଘୁଚାପ ଜନିତ ବର୍ଷାରେ କେଗାଁ ଓ ସିନାପାଲି ରାସ୍ତାରେ ମଝିରେ ଏକ ବିଶାଳ ବମୁର ଗଛ ପଡିବାରୁ ଯାତାୟାତ ଠପ ହୋଇଯାଇଥିଲା । ଯାହା ଫଳରେ କେଗାଁ ସିନାପାଲି ଦେଇ ବଲାଙ୍ଗିର ଯାଉଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏ ନେଇ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ଓ ସମାଜସେବୀଙ୍କ ପ୍ରଚେଷ୍ଟାରେ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରାଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଗଛ କାଟିବା ପରେ ଯାତାୟାତ ସ୍ୱାଭାବିକ ଭାବରେ ଚାଲିଥିବା ଜଣାପଡିଛି ।