ଛାତ୍ର ଓ ଯୁବ କଂଗ୍ରେସର ବିକ୍ଷୋଭ
ବରୀ,: ବରୀ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ପିସିସି ପ୍ରଭାରୀ ଓ ପିସିସି ସଭାପତିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । କଂଗ୍ରେସ ଦଳ ପାଇଁ ମାନସ ଚୌଧୁରୀ ଦିନ ରାତି ଏକ କରି କାର୍ଯ୍ୟ କରିଥିଲେ । ପଦପଦବୀ ଲାଳସା ନଥିବା ଓ ନିଜେ ବିଧାୟକ କିମ୍ବା ଲୋକସଭା ଟିକେଟ ନ ନେଇ ଅନ୍ୟ ନେତାଙ୍କ ପାଇଁ ଅଣ୍ଟା ଭିଡ଼ି ଥିଲେ ଶ୍ରୀ ଚୌଧୁରୀ । ସାଧାରଣ ଦଳୀୟ କର୍ମୀ ହିସାବରେ ଦଳକୁ ସଂଗଠିତ କରିଥିବା ଯୁବ ଛାତ୍ରଙ୍କ ଆଦର୍ଶ ମାନସ ଚୌଧୁରୀଙ୍କ ସମ୍ମାନ ଫେରାଇବା ଦାବିରେ ବରୀ ଯୁବ ଛାତ୍ର କଂଗ୍ରେସ ପକ୍ଷରୁ ରାମଚନ୍ଦ୍ରପୁର ଠାରେ ବିକ୍ଷୋଭ ଓ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କ କୁଶପୁତ୍ତଳିକା ଦାହ କରିଥିଲେ । କଂଗ୍ରେସ ଦଳରେ ଏହି ନେତା ମନମାନୀ ଚଳାଇଥିବା ପ୍ରକାଶ କରି ତୁରନ୍ତ ଏହି ଦୁଇ ନେତାଙ୍କୁ ପଦଚ୍ୟୁତ କରିବାକୁ ଦାବି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରୀ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ରବୀନ୍ଦ୍ର ପଢିହାରୀ, ପ୍ରୀତମ ବେହେରା, ବିଭୁ ରଞ୍ଜନ ନାୟକ, ଚିତ୍ତରଞ୍ଜନ ନାୟକ, ସୂର୍ଯ୍ୟ ମଲ୍ଲିକ, ଜଗନ ମଲ୍ଲିକ, ଦୀପୁ ଦାସ, ପୃ˜ିରାଜ ସାମଲ, ସନୁଆ ଦାସ, ପ୍ରଦୀପ ବେହେରା, ଶେଖର ବେହେରା, ଆଶିଷ ଶର୍ମା, ଆକାଶ ନାୟକ, ରାକେଶ ମଲ୍ଲିକ, ମହେଶ୍ୱର ବେହେରା, ସୁମନ ଦାସ, ଆକାଶ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।