ସପଲାଙ୍ଗ ସ୍କୁଲରେ ମୂର୍ତ୍ତି ପ୍ରତିଷ୍ଠା
ରାଜକନିକା : ରାଜକନିକା ବ୍ଲକ୍ ନହୁଣୀ ପଞ୍ଚାୟତ ଅନ୍ତର୍ଗତ ସପଲାଙ୍ଗ ସ୍କୁଲରେ ଶ୍ରୀ ଗଣେଶ ଓ ମା’ ସରସ୍ୱତୀଙ୍କ ସ୍ଥାୟୀ ପ୍ରସ୍ତର ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଶ୍ରୀ ପଞ୍ଚମୀ ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ହରେକୃଷ୍ଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ସରପଞ୍ଚ ତ୍ରିଲୋଚନ ବିଶ୍ୱାଳ ଯୋଗଦାନ କରିଥିଲେ । ସମ୍ମାନିତଅତିଥି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀନିବାସ ପ୍ରଧାନ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ପଦ୍ମଲୋଚନ ପରିଡା, ନୋଡାଲ ସିଆରସିସି ସଞ୍ଜୟ ବଳ, ଅବସରପ୍ରାପ୍ତ ସିଆରସିସି ନିର୍ମଳ ଚନ୍ଦ୍ର ସାହୁ, ମୀନକେତନ ନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀନିବାସ ସାହୁ, ଉମାକାନ୍ତ ପରିଡା, ସ୍କୁଲ ପରିଚାଳନା କମିଟି ସଭାପତି ଅରୁଣ ସୁତାର, ରାମଚନ୍ଦ୍ର ହାଇସ୍କୁଲ ପ୍ରଧାନଶିକ୍ଷକ ବିଜୟାନନ୍ଦ ନାୟକ ଓ ଧନୁର୍ଜ୍ୟୟ ପରିଡା ଯୋଗଦାନ କରିଥିଲେ । ଉତ୍ସବକୁ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କମିଟି ସଭ୍ୟ ସଭ୍ୟା, ଅଭିଭାବକ ତଥା ଗ୍ରାମବାସୀ ପରିଚାଳନା କରିଥିଲେ ।