ଛାତ୍ର ବୃତ୍ତି ପାଇଲେ ବୈଷ୍ଣବୀ
ବାରିପଦା/ସାରସକଣା: ମହାରାଜା କୃଷ୍ଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀ କୁମାରୀ ବୈଷ୍ଣବୀ ସାହୁ ଚଳିତ ଶିକ୍ଷାବର୍ଷର ପଞ୍ଚମ ଶ୍ରେଣୀ ଛାତ୍ର ବୃତ୍ତି ପାଇବାର ଗୌରବ ଅର୍ଜନ କରିଛନ୍ତି । ଏ ନେଇ ବିଦ୍ୟାଳୟର ପ୍ରାଧନ ଶିକ୍ଷୟିତ୍ରୀ ବାସନ୍ତୀ ଟୁଡୁ ତଥା ଅନ୍ୟ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ବୈଷ୍ଣବୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଛନ୍ତି । ପ୍ରାଧନ ଶିକ୍ଷୟତ୍ରୀ ବୈଷ୍ଣବୀକୁ ପ୍ରଶଂସା କରିବା ସହିତ ଅନ୍ୟ ପିଲାମାନଙ୍କୁ ନିଜର ଚେଷ୍ଟା ଓ ପରିଶ୍ରମ କଲେ ତୁମେମାନେ ନିଶ୍ଚିନ୍ତ ଭାବେ ଅନ୍ୟମାଙ୍କ ମଧ୍ୟରୁ ଜଣେ ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ । ସମସ୍ତ ହିତାକାଂକ୍ଷୀମାନେ ଶୁଭେଚ୍ଛା ଜଣେଇବା ସହିତ ବୈଷ୍ଣବୀର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ତେବେ ବୈଷ୍ଣବୀଙ୍କ କୃତିତ୍ୱକୁ ନେଇ ପିତା ଜୟନ୍ତ କୁମାର ସାହୁ ଓ ମାତା ସାବିତ୍ରୀ ସାହୁ ତଥା ପରିବାର ବର୍ଗଙ୍କ ମଧ୍ୟରେ ଖୁସିର ଲହରିି ଖେଳିଯାଇଛି ।