ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

 ନୀଳଗିରି : ନୀଳଗିରି ଡିଗ୍ରୀ କଲେଜର ରାଜନୀତି ବିଜ୍ଞାନ ବିଭାଗ ଦ୍ୱାରା ୨୦୨୩-୨୫ ବ୍ୟାଚ୍  ୟୁଜି ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦାୟକାଳନୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ବିରେଶ କୁମାର ପଣ୍ଡା ସମାରୋହ ଉଦ୍ଘାଟନ କରି ଅନ୍ତିମବର୍ଷର ଛାତ୍ରଛାତ୍ରୀମାନଙ୍କୁ ଜୀବନର ନୂତନ ଅଧ୍ୟାୟ ପାଇଁ ଅଭିନନ୍ଦନ ଜଣାଇଥିଲେ । ରାଜନୀତି ବିଭାଗର ମୁଖ୍ୟ ବାସନ୍ତୀ ଦାସ ଛାତ୍ରଛାତ୍ରୀମାନଙ୍କ ସହିତ ବିତାଇଥିବା ଅନେକ ସ୍ମୃତିକୁ ସ୍ମରଣ କରିଥିଲେ । ଛାତ୍ରଛାତ୍ରୀ ଭାବରେ ନୁହେଁ ଗୋଟିଏ ପରିବାରର ସଦସ୍ୟଙ୍କ ଭଳି ରହିଥିବା ନେଇ ଅଧ୍ୟାପିକା ସୀମାରାଣୀ ସେଠୀ ବିଦାୟୀ ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ ଭାବବିହ୍ୱଳ ହୋଇ ବକ୍ତବ୍ୟ ରଖିଥିଲେ । ଅନ୍ତିମବର୍ଷର ଛାତ୍ରଛାତ୍ରୀମାନେ ମଧ୍ୟ ଅତୀତ ସ୍ମୃତିଗୁଡ଼ିକୁ ସ୍ମରଣ କରି ଜୁନିୟରମାନଙ୍କ ସହ ଅନେକ ମିଠା ମୁହୂର୍ତ୍ତ ଅନୁଭବ କରିଥିଲେ । ଏହି ଅବସରରେ ଜୁନିୟରମାନେ ସିନିୟରମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ରଖିଥିଲେ । ସଭାଶେଷରେ ଅନ୍ତିମବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ମୃତିଚିହ୍ନ ଏବଂ ଉପହାର ପ୍ରଦାନ କରାଯାଇଥିଲା ।