‘ସ୍ୱଚ୍ଛ, ନିରପେକ୍ଷ ହେଉ ଶ୍ରମିକ ନିଯୁକ୍ତି’

ବାଲେଶ୍ୱର : ଟିୟୁଏସିସି ବାଲେଶ୍ୱର ପକ୍ଷରୁ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବିର୍ଲା ଟାୟାର୍ସ ବନ୍ଦ ହେବା ଏବଂ ପରବର୍ତ୍ତୀ ସମୟରେ ଏନ୍ସିଏଲ୍ଟିର ଆଦେଶ ଅନୁଯାୟୀ ଡାଲମିଆ ଭାରତ ରିଫ୍ରାକ୍ଟରିଜ୍ ଲିଃକୁ ଏହା ହସ୍ତାନ୍ତର ହୋଇଥିବାବେଳେ ଅନ୍ୟ ଆଦେଶମୂଳେ ପୁରୁଣା ଶ୍ରମିକଙ୍କ ପୁନଃନିଯୁକ୍ତି, ମୃତ ଓ ଅବସର ନେଇଥିବା ଶ୍ରମିକଙ୍କ ଗ୍ରାଚୁ୍ୟଇଟି, ଉଚ୍ଚହାରରେ ପେନ୍ସନ୍ ପାଇଁ ପିଏଫ୍ ଦେୟ ପଇଠ ସହ ବକେୟା ଥିବା ପିଏଫ୍ ଦେୟ ପଇଠ ପାଇଁ ସରକାରଙ୍କ ମଧ୍ୟସ୍ଥତାରେ ବାରମ୍ବାର ଆଲୋଚନା ଜାରି ରହିଥିବାବେଳେ ଡାଲମିଆ ଭାରତ ରିଫ୍ରାକ୍ଟରିଜ୍ ଲିଃରେ ଆଉଟ୍ସୋର୍ସିଂ ଜରିଆରେ ଶ୍ରମିକ ନିଯୁକ୍ତି ପାଇଁ ଓଡ଼ିଶା ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର ନିଦେ୍ର୍ଦଶକ ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର ଆଦି ଜିଲ୍ଲାର ସରକାର ଆଇଟିଆଇ ସ୍କୁଲ୍ର ଅଧ୍ୟକ୍ଷଙ୍କୁ ୨୦୨୩ ଓ ୨୦୨୪ ମସିହାରେ ପାସ୍ ଆଉଟ୍ ହୋଇଥିବା ପ୍ରାର୍ଥୀମାନଙ୍କର ନାମ ସ୍ପୋନ୍ସର କରିବାକୁ ଗତ ତା ୧୬-୦୪-୨୫ ଓ ୦୧-୦୫-୨୫ରିଖରେ ପତ୍ର ଲେଖିଛନ୍ତି । ଏକ ବେସରକାରୀ କାରଖାନାରେ ଶ୍ରମିକ ନିଯୁକ୍ତି ପାଇଁ କେବଳ ସରକାରୀ ଆଇଟିଆଇ ପ୍ରତିଷ୍ଠାନ ଗୁଡ଼ିକରୁ ପାସ୍ ଆଉଟ୍ ହୋଇଥିବା ପ୍ରାର୍ଥୀଙ୍କୁ ସୁଯୋଗ ଦେବା ଏବଂ ବେସରକାରୀ ଆଇଟିଆଇ ପ୍ରତିଷ୍ଠାନ ଯେଉଁଗୁଡ଼ିକୁ ସରକାର ନିର୍ଦ୍ଦିଷ୍ଟ ନିୟମ ଭିତରେ ଅନୁମତି ଦେଇଥାନ୍ତି ସେଥିରୁ ପାସ୍ଆଉଟ୍ ହୋଇଥିବା ପ୍ରାର୍ଥୀଙ୍କୁ ଏହି ନିଯୁକ୍ତି ପ୍ରକ୍ରିୟାରୁ ବଂଚିତ କରିବା କେବଳ ବେଆଇନ ନୁହେଁ ଅସାମ୍ବିଧାନିକ ତଥା ଅଗଣତାନ୍ତ୍ରିକ ଅଟେ । ପୁନଶ୍ଚ ଏହି ନିଯୁକ୍ତି ପ୍ରକି୍ରୟା ପ୍ରଚଳିତ ଶ୍ରମ ଆଇନର ବିଧିବ୍ୟବସ୍ଥାର ବିରୁଦ୍ଧାଚରଣ କରୁଅଛି । ଏହି ଭେଦଭାବପୂର୍ଣ୍ଣ ପ୍ରକି୍ରୟାକୁ ଟିୟୁଏସିସି ଦୃଢ଼ ବିରୋଧ କରିବା ସହ ଏହା ପଛରେ ଓଡ଼ିଶା ବୈଷୟିକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର ନିଦେ୍ର୍ଦଶକ ମହୋଦୟଙ୍କର ଭୂମିକା ସଂପର୍କରେ ତଦନ୍ତ ଦାବି କରୁଛି ।  ସେହିପରି ଏହି ନିଯୁକ୍ତି ପ୍ରକି୍ରୟା ନିର୍ଦ୍ଧାରିତ ଚୟନ ପ୍ରକି୍ରୟା ଓ ପ୍ରଚଳିତ ଶ୍ରମ ଆଇନର ଉଲ୍ଲଙ୍ଘନ ସହ ଜନସାଧାରଣଙ୍କ ପ୍ରତି ଜବାବ ଦେହି ଭଙ୍ଗ କରୁଥିବାରୁ ଏହାର ଗମ୍ଭୀର ପରିଣତି ସଂପର୍କରେ ତଦନ୍ତ ହେବା ଜରୁରୀ । ଶେଷରେ ଉପରୋକ୍ତ ଚୟନ ପ୍ରକିୟା ସହ ସମସ୍ତ ଚୟନ ପ୍ରକି୍ରୟାଗୁଡ଼ିକ ନିର୍ଦ୍ଧାରିତ ମାନଦଣ୍ଡ ସହ ସ୍ୱଚ୍ଛତା ଓ ନିରପେକ୍ଷ ଭାବରେ ସମ୍ପାଦନ କରାଯାଉ ବୋଲି ଟିୟୁଏସିସିର ଅଧ୍ୟକ୍ଷ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ସମେତ ଉପାଧ୍ୟକ୍ଷ ଶାନ୍ତନୁ ଦାସ, ଅନ୍ୟତମ ନେତା ଭାଗବତ ପ୍ରତିିହାରୀ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରେମରଞ୍ଜନ ପାତ୍ର, ଶ୍ୟାମସୁନ୍ଦର ଜେନା, ପୂର୍ଣ୍ଣ ପାତ୍ର, ଭରତ ସେଠୀ, ଶରତ ଦଳାଇ, ଦୁକୁଲ ଘଡ଼େଇ, ସୁବାସ ଚନ୍ଦ୍ର ପ୍ରଧାନ, ଚନ୍ଦନ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ ।