ଦୁର୍ଘଟଣାରେ ୨ ଗୁରୁତର
ବଡ଼ସାହି : ବଡ଼ସାହି ଥାନା ଅନ୍ତର୍ଗତ ବଡ଼ସାହି ମାଣତ୍ରୀ ରାସ୍ତାର ମାଳିହାତୀ ଠାରେ ଏକ ସଡ଼କ ଦୁର୍ଘଟଣାରେ ବାଇକ୍ ଚାଳକ ସମେତ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଉଭୟ ଗୁରୁତରଙ୍କୁ ପ୍ରଥମେ ନିକଟସ୍ଥ ମାଣତ୍ରୀ ଡାକ୍ତରଖାନାକୁ ନିଆଯାଇ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ୨ ଜଣ ହେଲେ ବାଲେଶ୍ୱର ଓରଡ ବଜାରର ଯୋଗେନ୍ଦ୍ର ବେହେରା (୧୯) ଓ ରବି ମାଝୀ (୩୦) । ସେମାନେ ବାଲେଶ୍ୱରକୁ ଫେରୁଥିବା ବେଳେ ମାଳିହାତୀ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ବାଇକ୍କୁ ଜୋରରେ ଧକ୍କା ଦେଇଥିଲେ । ଫଳରେ ବାଇକ ଚାଳକ ଏବଂ ସାଥିରେ ଥିବା ଅନ୍ୟଜଣେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ ।