ବାଲେଶ୍ବର ନୀଳଗିରି ଅଞ୍ଚଳରେ ହାତୀ ପଲ ଆତଙ୍କ

ବାଲେଶ୍ବର ନୀଳଗିରି ଅଞ୍ଚଳରେ ହାତୀ ପଲ ଆତଙ୍କ

ନୀଳଗିରିରେ ୬୫ ଟିକିଆ ହାତୀପଲଙ୍କ ଉପଦ୍ରବ । ମୟୂରଭଞ୍ଜ ନଡପୁର ଜଙ୍ଗଲ ଦେଇ ନୀଳଗିରିରେ ପହଂଚିଛନ୍ତି ହାତୀପଲ । ନୀଳଗିରିର ସିଙ୍ଗିରୀ, କାଂଶ, ଅଯୋଧ୍ୟା, ପାଟଣା ଦେଇ ହାତୀ ପଲ ଏବେ ଗୋପାଳପୁର ଜଙ୍ଗଲ ମୁହାଁ ହୋଇଛନ୍ତି । ଏତେ ସଂଖ୍ୟକ ହାତୀ ଅଂଚଳକୁ ପଶିଆସିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅଛନ୍ତି । ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଝାଡ଼ଖଣ୍ଡୀ ହାତୀ । ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି ବନବିଭାଗ ।