ଛେଳି ଚୋର ଗିରଫ

ାା ପ୍ରଭାନୁ୍ୟଜ ।ା ବୈଶିଙ୍ଗା : ବୈଶିଙ୍ଗା ଥାନା ପୁରୁଣିଆ ପଞ୍ଚାୟତ ଅଧୀନ ସିଂହଡିହ ଗ୍ରାମରୁ ଛେଳି ଚୋରି କରୁଥିବା ସମୟରେ ଜନୈକ ଯୁବକଙ୍କୁ ଗ୍ରାମବାସୀ କାବୁ କରି ପୁଲିସର ଜିମା ଦେଇଛନ୍ତି । ଏ ନେଇ ବୈଶିଙ୍ଗା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛି ବାଲେଶ୍ୱର ଜିଲ୍ଲା ସଦରଥାନା ଅଧୀନ ସହାର୍ଦ୍ଦା ଗ୍ରାମର ରବି ଦାସର ପୁଅ ରଞ୍ଜନ ଦାସ । ସୂଚନା ମୁତାବକ ରଞ୍ଜନ ନିଜର ସହଯୋଗୀ ସହିତ ସିଂହଡିହ ଗ୍ରାମକୁ ଓଡି-୦୧ଏଜେ-୪୭୪୨ନମ୍ବର ବିଶିଷ୍ଟ ମୋଟର ସାଇକେଲ ଯୋଗେ ଆସି ଛେଳି ଚୋରାଇବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ରଞ୍ଜନକୁ କାବୁ କରି ନେଇଥିଲେ । ତେବେ ଅନ୍ଧାରର ସୁଯୋଗ ନେଇ ରଞ୍ଜନର ସହଯୋଗୀ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲା । ବାଇକ ସମେତ ରଞ୍ଜନକୁ କାବୁ କରି ଗ୍ରାମବାସୀ ବୈଶିଙ୍ଗା ପୁଲିସକୁ ଜିମା ଦେଇଥିବା ବେଳେ ଏ ନେଇ ବୈଶିଙ୍ଗା ପୁଲିସ ଗୁରୁବାର ରାତି ସାଢେ୯ଟାରେ ମାମଲା ରୁଜୁ କରି ମୋଟର ସାଇକେଲ ଜବତ କରିବା ସହିତ ରଞ୍ଜନକୁ ଗିରଫ କରି ତଦନ୍ତ ଚଳାଇଥିବା ଜଣାଯାଇଛି ।