ମଇଁଷି ମୃତୁ୍ୟକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଯାଦବ ମହାସଂଘ
କେନ୍ଦ୍ରାପଡା : ମଇଁଷି ମୃତୁ୍ୟକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଜିଲ୍ଲା ଯାଦବ ମହାସଂଘ କର୍ମକର୍ତ୍ତା । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ରେ ଗତ ୧୭ ତାରିଖରେ ବ୍ରାହ୍ମଣୀ ନଦୀ ପାଟନାଳିରେ ଏକା ସାଙ୍ଗରେ ୭୩ରୁ ଊଦ୍ଧ୍ୱର୍ ମଇଁଷିଙ୍କର ଜୀବନ ହାନି ଘଟଣାକୁ ନେଇ ଉକôଳ ଯାଦବ ମହାସଭା ଯୁବ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ଦାସ, ଉକôଳ ଯାଦବ ମହାସଭା ଯୁବ ସଭାପତି ଅମର ନାୟକ, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ପ୍ରଭାକର ପଲାଇ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ମନୋଜ ପରିଡା, ଧିରେନ୍ଦ୍ର ପୃଷ୍ଟି, ଜିଲ୍ଲା ସାଧରଣ ସମ୍ପାଦକ ଚିନ୍ମୟ ଦାସ, ଜିଲ୍ଲା ମହିଳା ସଭାନେତ୍ରୀ ମିନତୀ ଦାସ,ଜିଲ୍ଲା ଯୁବ ସାଧରଣ ସମ୍ପାଦକ ଲୋକନ୍ନାଥ ଦାସ, କେନ୍ଦ୍ରାପଡ଼ା ବ୍ଲକ ସଭାନେତ୍ରୀ ରୀନାରାଣୀ ଦାସ, ଯୁବ କାର୍ଯ୍ୟକାରୀ ସଭାପତି ଧିରେନ ଦାସଙ୍କ ସମେତ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମଇଁଷିଙ୍କୁ ହରାଇଥିବା ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୫୦ ଲକ୍ଷ୍ୟ ଟଙ୍କାର ସହାୟତା ପ୍ରଦାନ କରାଯିବାକୁ ଦାବି କରିଛନ୍ତି ।