ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଶ୍ରାଦ୍ଧବାର୍ଷିକୀ 

କଟକ: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୧୩ତମ ଶ୍ରାଦ୍ଧବାର୍ଷିକୀ କଟକ ମହାନଗର ନାଗରିକ ମହାସଭା ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ କଟକ ବଡ଼ ଡାକ୍ତରଖାନା ଓ ପରିସର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଅନୁଷ୍ଠାନର ସଭାପତି ଡାକ୍ତର ରବି ରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଆଡଭୋକେଟ ପ୍ରଶାନ୍ତ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଓଡ଼ିଶାର ଶିକ୍ଷା, ସଂସ୍କୃତି ଓ କଳାର ବିକାଶ ଦିଗରେ ମହାରାଜାଙ୍କ ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଭୁବନାନନ୍ଦ ମହାନ୍ତି, ମାଧବ ମିଶ୍ର, ରମାକାନ୍ତ ମହାପାତ୍ର, ବିଦୁ୍ୟତ ଲାଲା, ଡ ବସନ୍ତ କୁମାରୀ ନନ୍ଦ, ବୈଷ୍ଣବ ପରିଡ଼ା ଓ ଶୁଭଲକ୍ଷ୍ମୀ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ସାଧାରଣ ସଂପାଦକ ଶ୍ୟାମ ସୁନ୍ଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।