ଜମିବାଡ଼ି ବିବାଦ : ଖୁଡ଼ୀକୁ ହାଣିଲା ପୁତୁରା

 ରାଜକନିକା : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଖୁଡୀକୁ ହାଣିଲା ପୁତୁରା  । ଗୁରୁତ୍ୱର ଆହତ ହୋଇ ରାଜକନିକା ମେଡିକାଲରେ ଚିକିସôିତ ପରେ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରାଯାଇଛି  । ସୂଚନା ମୁତାବକ ରାଜକନିକା ଥାନା ଅନ୍ତର୍ଗତ ଗୁଆଳି ଗାଁରେ ନିକୁଞ୍ଜ ନାୟକ ଓ ତାଙ୍କ ବଡ ଭାଇଙ୍କ ମଧ୍ୟରେ ପୂର୍ବରୁ ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ଭିତରେ ବିବାଦ ଲାଗି ରହିଥିବା ବେଳେ ଏବେ ଉଗ୍ରରୂପ ଦେଖିବାକୁ ମିଳିଛି  । ବଡ ଭାଇଙ୍କ ପୁଅ ପ୍ରମୋଦ ନାୟକ ଓ ପରମେଶ୍ୱର ନାୟକ ସଂଘବଦ୍ଧ ହୋଇ ନିକୁଞ୍ଜଙ୍କ ପନôୀ ସୁଲୋଚନା ନାୟକଙ୍କୁ ଭୁଜାଲିରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ  । ଏହି ଆକ୍ରମଣରେ ସୁଲୋଚନା ଅଚେତ ହୋଇ ତଳେ ପଡିଯାଇଥିଲେ  । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ପରିବାର ଲୋକେ ରାଜକନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରିଥିଲେ  । ତେବେ ରାଜକନିକା ପୁଲିସ ଖବର ପାଇ ଘଟଣାକୁ ତଦନ୍ତ କରୁଥିବା ଜଣାଯାଇଛି  ।