ସର୍ବୋଦୟ ମଣ୍ଡଳର ଜିଲା ସମ୍ମିଳନୀ

 
ାା ପ୍ରଭାନୁ୍ୟଜ୍ ।ା ଜାରକା: ଜାରକା ତ୍ରିନାଥ ମନ୍ଦିର ପରିସରରେ ଜିଲା ସର୍ବୋଦୟ ମଣ୍ଡଳ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ରାମଚନ୍ଦ୍ର ଶୁକ୍ଳାଙ୍କ ସଭାପତିତ୍ୱରେ ପୂର୍ବ ବୈଠକର ବିବରଣୀ ପଠନ ଓ ଦୃଢୀକରଣ, ବିଗତ କାର୍ଯ୍ୟ ବିବରଣୀ, ଆଗାମୀ କାର୍ଯ୍ୟ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକôଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସଙ୍କ ସଂଯୋଜନାରେ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ସର୍ବୋଦୟ ଆନେ୍ଦାଳନ ସମିତିର ରାଷ୍ଟ୍ରୀୟ ଆବାହକ ଡଃ ବିଶ୍ୱଜିତ, ସର୍ବୋଦୟ ମଣ୍ଡଳର ସଦଭାବନା ସେଲ ସଂଯୋଜକ ଅଧ୍ୟାପକ ସେକ୍ନାସୀର ବକ୍ସ, ଅଧ୍ୟାପକ ମନୋରଞ୍ଜନ ମହାନ୍ତି, ଡ଼.ରୁଦ୍ର ନାରାୟଣ ପୃଷ୍ଟି, ଜିଲା ସର୍ବୋଦୟ ମଣ୍ଡଳର ଉପ ସଭାପତି ଦୁର୍ଗା ଚରଣ ବାରିକ, ଢେଙ୍କାନାଳ ଜିଲା ସର୍ବୋଦୟ ମଣ୍ଡଳ ଯୁଗ୍ମ ସମ୍ପାଦକ ଲଳିତ ମୋହନ ବେହେରା, ପୁରୁଷୋତମ ବିଶ୍ୱାଳ, କୃଷକ ସଙ୍ଗଠନର ପ୍ରଭାକର ନାୟକ, କୃଷକ ଲକ୍ଷ୍ମଣ ଦାସ, ଆତ୍ମାନନ୍ଦ ସାରଦା ସମେତ ଜିଲାରୁ ଆସିଥିବା ସର୍ବୋଦୟ ଲୋକସେବକ, ସର୍ବୋଦୟ ମିତ୍ର ମାନେ ଉପସ୍ଥିତ ରହି ସାମ୍ପ୍ରତିକ ସମୟରେ ଦେଶ ଓ ରାଜ୍ୟରେ ରାଜନୈତିକ ଅବକ୍ଷୟ ହୋଇଥିବା ନେଇ ଉଦବେଗ ପ୍ରକାଶ କରିଥିଲେ ।  ଏହି ଅବସରରେ ସାମ୍ବାଦିକ ରବିନାରାୟଣ କରଙ୍କୁ ସ୍ୱାଧୀନତା ସଂଗ୍ରାମୀ ବାଳକୃଷ୍ଣ ଶୁକ୍ଳା ସ୍ମୃତି ସମ୍ମାନ, ସ୍ତମ୍ଭକାର ନବଘନ ଜେନା, ସମାଜସେବୀ ରଶ୍ମିତା ନାୟକ, ଭୋଟକା ସରପଞ୍ଚ ସ୍ମୃତିରେଖା ରାଉତ ଓ ଯୁବ ସଂଗଠକ ରାଜ କୁମାର ଜେନାଙ୍କୁ ଜନନେତା ସ୍ୱର୍ଗତଃ ସୁରେନ୍ଦ୍ର ମିଶ୍ର ସ୍ମୃତି ସମ୍ମାନ, ଅଧ୍ୟାପିକା ଇନ୍ଦୁପ୍ରଭା ସାମଲ ଓ ସାମ୍ବାଦିକ ବସନ୍ତ ନାୟକଙ୍କୁ ସ୍ୱର୍ଗତ ଜନନେତା ଗଗନ ଜେନା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଜିଲ୍ଲା ସର୍ବୋଦୟ ମଣ୍ଡଳ ସମ୍ପାଦକ ଦେବବ୍ରତ ରାଉତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଦୀପ୍ତିମୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।