ପାରାୟଣ ସହ ରଜ ପାଳିତ

 ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଳକ ଦକ୍ଷିଣବାଡ ଗ୍ରାମ ଯୁବଶକ୍ତି କ୍ଲବ ପକ୍ଷରୁ ରଜ ୩ ଦିନ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପିତାମ୍ବର ସ୍ୱାଇଁ ଓ ସୁରେନ୍ଦ୍ର ଦାସଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଚଳିତ ବର୍ଷ ୩୯ତମ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମର ବ୍ୟାସ ଭାବେ ପଣ୍ଡିତ ନାରାୟଣ ପଣ୍ଡା ଦାୟିତ୍ୱ ତୁଲାଇଥିଲେ । ସନ୍ତୋଷ ଦାଶ ଓ ଅମୂଲ୍ୟ ପଣ୍ଡା ଧାରକ ଦାୟିତ୍ୱ ତୁଲାଇଥିଲେ । ରଞ୍ଜନ ନାୟକ ମୁଖ୍ୟ ସଙ୍କଳ୍ପ କର୍ତ୍ତା ଓ ମାନସ ଦାସ ଓ ମାୟାଧର ବାରିକ ପୁରୋଧା ଭାବେ ଜଳଘଟ ଉତ୍ତୋଳନ କରିଥିଲେ । ଅଧିବକ୍ତା ନିରାକାର ସେନାପତି, ଅବସରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ଦାଶ, ସମାଜସେବୀ ଶଶଧର ନାୟକ, ଶିକ୍ଷକ ନିର୍ମଳ ଚନ୍ଦ୍ର ସେନାପତି, ହାସ୍ୟ ଅଭିନେତା ପ୍ରଭାକର ସାହୁ, ଅଭିନେତା ହୃଦାନନ୍ଦ ନାୟକ, ଶିକ୍ଷକ ସୁଧାକର ନାୟକ, ବଟକୃଷ୍ଣ ସାହୁ, ମନୋଜ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ସୁଦର୍ଶନ ଦାସଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ବାର୍ଷିକ ପାରାୟଣରେ ଚଳିତ ବର୍ଷ କଥାବାଚକ ପଣ୍ଡିତ ଅଶୋକ କୁମାର ଦାସ ଦିବ୍ୟ ପ୍ରଚନ ପ୍ରଦାନ କରିଥିଲେ । ଅଜୟ ସାହୁ, ଲିପନ ସାହୁ, ପର୍ଶୁରାମ ସାହୁ, ଅନିରୁଦ୍ଧ ସେଠୀ, ଲଲାଟ ସାହୁ, ନିତ୍ୟାନନ୍ଦ ସେନାପତି, ଉପେନ୍ଦ୍ର ପରିଡା, ସୁଶାନ୍ତ ପଣ୍ଡା, ମନୋରଞ୍ଜନ ନାୟକ, ନିରଞ୍ଜନ ନାୟକ, ଚଗୁଲୁ ନାୟକ, ବିଶ୍ୱରଞ୍ଜନ ନାୟକ ଓ ଚିତ୍ତରଞ୍ଜନ ନାୟକ ପ୍ରମୁଖ ପାରାୟଣ ପରିଚାଳନାରେ ସହଯୋଗ କରିଥିଲେ ।