ବିଶ୍ୱ ପରିବେଶ ଦିବସ ପାଳିତ

 ବରଗଡ  : ବରଗଡ଼ ବନଖଣ୍ଡ ବିଭାଗ ତଥା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ ଗଣପତି ହୋଟେଲ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ-୨୦୨୫ ପାଳିତ ହୋଇଯାଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟକ ସନତ କୁମାର ଗଡତିଆ ଯୋଗ ଦେଇ ପ୍ରଦୂଷିତ ପୃଥବୀର ଭୟାବହତାକୁ ହୃଦୟଙ୍ଗମ କରି ଅଧିକରୁ ଅଧିକ ସବୁଜ ପରିବେଶ ସୃଷ୍ଟି କରିବା ଏବଂ ପ୍ରକୃତିର ସଂରକ୍ଷଣ କରିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ପରିବେଶ ସଂରକ୍ଷଣ ପାଇଁ ନିଆଯାଉଥିବା ପଦକ୍ଷେପ, ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ଜୀବନଯାପନର ସହଜ ଏବଂ ସରଳ ମାଧ୍ୟମ ହେଇପାରିବ ବୋଲି ଏହି ଅବସରରେ ଉଦ୍ବୋଧନ ଦେଇ କହିଛନ୍ତି । ଏଥି ସହ ଶ୍ରୀ ଗଡତିଆ ପ୍ଳାଷ୍ଟିକ୍ ପ୍ରଦୂଷଣକୁ ସମାପ୍ତି କରି ଅଧିକରୁ ଅଧିକ ବୃକ୍ଷରୋପଣ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ।  ସମ୍ମାନିତ ଅତିଥି ଭାବେ  ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ,  ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର, ବରଗଡ଼ ମୁଖ୍ୟ ପ୍ରାଣୀ ଚିକିସôା ଅଧିକାରୀ  ବିରୂପାକ୍ଷ ନାୟକ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ୯ ଜଣ ପ୍ରକୃତି ବନ୍ଧୁଙ୍କୁ ସମ୍ମାନିତ କରିବା ସହ ସ୍ଥାନୀୟ ରାଣାପ୍ରତାପ ଉଚ୍ଚ ବିଦ୍ୟାଳୟ ପରିଷରରେ ବୃକ୍ଷ ରୋପଣ କରାଯାଇଥିଲା ।