ସରିଲା ଶୀତଳ ଷଷ୍ଠୀ ଯାତ୍ରା
ଆସିକା : ଆସିକା ସହର ବଜାର ସାହି ସ୍ଥିତ ଋଷିକୂଲ୍ୟା ନଦୀ ତଟରେ ବିଜେ ଶ୍ରୀ ଶ୍ରୀ ତ୍ରିବିଧେଶ୍ୱେରଙ୍କ ଶୀତଳ ଷଷ୍ଠୀ ଯାତ୍ରା ମହା ଆଡମ୍ବରରେ ସମାପନ ହୋଇ ଯାଇଛି । ତ୍ରିବିଧେଶ୍ୱେର ଯାତ୍ରା କମିଟିର ଉଦ୍ୟମକ୍ରମେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଏକ ବିରାଟ ପଟୁଆରରେ ଲାଲାଗୋର୍ଜି ଛକ ଠାରୁ ଆଦିବାସୀ ବାଜା, ନବ ଦୁର୍ଗା, ଦଶ ଅବତାର ସହର ପରିକ୍ରମା କରି ସକାଳ ସମୟରେ ମନ୍ଦିର ନିକଟରେ ପହଞ୍ଚôଥିଲେ । ପରେ ମନ୍ଦିର ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ପରେ ଦେବ ଦମ୍ପତିଙ୍କୁ ସିଂହାସନ ବିଜେ କରାଯାଇଥିଲା ।