ନେତାଙ୍କ ଛତ୍ରଛାୟା ତଳେ ଅଙ୍ଗନୱାଡି କର୍ମୀ

ାା ପ୍ରଭାନୁ୍ୟଜ୍ାା ନିଆଳି: ନିଆଳି ବ୍ଲକ୍ ଅଧିନ ୨୩ ଗୋଟି ଗ୍ରାମ ପଞ୍ଚାୟତ ଅଧିନରେ ଦୁଇ ଶହ ତିରିଶି ଗୋଟି ଅଙ୍ଗନୱାଡି କେନ୍ଦ୍ର ଥିବା ବେଳେ, ସମ୍ପୃକ୍ତ କେତେ ଗୁଡିଏ ଅଙ୍ଗନୱାଡି କେନ୍ଦ୍ରର ୱାର୍କର ମାନେ ରାଜନେତାଙ୍କ ଛତ୍ରଛାୟା ତଳେ ରହି ନିଜ ମନମର୍ଜିରେ ଅଙ୍ଗନୱାଡି ଚଳାଇଛନ୍ତି । କେତେ ଗୁଡିଏ ଅଙ୍ଗନୱାଡି କେନ୍ଦ୍ର ଖୋଲା ଯାଉନଥିବା ବେଳେ, ଆଉ କେତେ ଗୁଡିଏ ଅଙ୍ଗନୱାଡି କେନ୍ଦ୍ର ଖୋଲା ଯାଉଥିଲେ ମଧ୍ୟ ଖାଦ୍ୟ ଦିଆଯାଉନାହିଁ । ଯାହାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି । ଏହାର ଜ୍ୱଳନ୍ତ ଉଦ୍ଦାହରଣ ଦେଖିବାକୁ ମିଳିଛି ଉକ୍ତ ବ୍ଲକ୍ ଅଧିନ ତିହୁଡି ଓ ମାଧବ ପଞ୍ଚାୟତରେ । ତିହୁଡି ପଞ୍ଚାୟତର ତିହୁଡି ୧ ନଂ ଅଙ୍ଗନୱାଡି  କେନ୍ଦ୍ର ଖୋଲା ହୋଇନଥିବା ବେଳେ ଏଠାରେ ଥିବା ୱାର୍କର ନମିତା ଲେଙ୍କାଙ୍କୁ ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ତିହୁଡି ୨ ନଂ ଅଙ୍ଗନୱାଡି  କେନ୍ଦ୍ରରେ ୱାର୍କର ରୀନା ଜେନା ଆସି ନଥିବାବେଳେ ସେଠାରେ ଥିବା ହେଲ୍ପର୍ କେନ୍ଦ୍ରଟିକୁ ଖୋଲି ଏଗାରଟା ବେଳେ ବନ୍ଦ କରି ଘରକୁ ପଳାଇଥିଲେ । ଛୁଆଙ୍କୁ ରନ୍ଧା ଖାଦ୍ୟ ଦେଇନଥିଲେ । ସେହି ପଞ୍ଚାୟତର ପାରିମାଳ ଅଙ୍ଗନୱାଡି  କେନ୍ଦ୍ରଟି ଖୋଲା ଥିବା ସତ୍ତ୍ୱେ ସେଠାରେ ଥିବା ୱାର୍କର ଓ ହେଲ୍ପର୍ ରୋଷେଇ କରନ୍ତି ନାହିଁ । ଏ ନେଇ ସମ୍ପୃକ୍ତ ୱାର୍କର ଗିରିପ୍ରଭା ମହାନ୍ତିଙ୍କୁ ପଚାରିବାରୁ ଆମର ଘର ନାହିଁ ୫ ଟଙ୍କା ଅଶୀ ପଇସାରେ ରୋଷେଇ ହୋଇପାରିବ ନାହିଁ । ଆମେ ରୋଷେଇ କରିବୁ ନାହିଁ ବୋଲି ରୋକଠୋକ କହିଥିଲେ । ଏମିତିକି ସ୍ଥାନୀୟ ପଞ୍ଚାୟତର ଜଣେ କୁଜି ନେତାଙ୍କୁ ଏ ବାବଦରେ ଜଣାଇଥିବା କଥା କହିଥିଲେ । କାର୍ତ୍ତିକ ମାସ ପିଆଜ, ରସୁଣ ଧରେ ନାହିଁ ବୋଳି ସ୍ୱୀକାର କରିଥିଲେ । ଉକ୍ତ ସେକ୍ଟର ଦାୟିତ୍ୱରେ ଥିବା ସୁପର୍ଭାଇଜର୍ ପ୍ରଭାସିନୀ ଜେନାଙ୍କୁ ପଚାରିବାରୁ ଅଙ୍ଗନୱାଡି  କେନ୍ଦ୍ର ବନ୍ଦ ଥିବା ଓ ରୋଷେଇ ହୋଇନଥିବା କଥା ସ୍ୱୀକାର କରିଥିଲେ । ସେହିଭଳି ମାଧବ ପଞ୍ଚାୟତରେ ପଧାନସାହ ଅଙ୍ଗନୱାଡି କେନ୍ଦ୍ରଟିର ଅବସ୍ଥା ସମାନ । ସେଠାରେ ଥିବା ୱାର୍କର ୧୧ଟା ବେଳେ ଛୁଆଙ୍କୁ କଞ୍ଚା ଅଣ୍ଡା ଦେଇ ସେଣ୍ଟର ବନ୍ଦ କରି ପଳାଇ ଯାଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଉକ୍ତ ବ୍ଲକ୍ ଅଧିନରେ ଆଠ ଗୋଟି ସେକ୍ଟରର ୨୩୦ଟି ସେଣ୍ଟରରେ ୩୬୮୬ ଜଣ ଶିଶୁ ନାମ ଲେଖାଇଥିବା ବେଳେ ଅନେକ ଶିଶୁ ମାନଙ୍କୁ ପୃଷ୍ଟିସାର ଖାଦ୍ୟରୁ ବଞ୍ଚôତ କରାଯାଉଛି । ଏନେଇ ନିଆଳି ସିଡିପିଓ ସଞ୍ଜୁକ୍ତା ଘଡେଇ ସୁପର୍ଭାଇଜର୍ ଓ ୱାର୍କରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ସେ ମଧ୍ୟ କୁଜି ନେତାଙ୍କ କଥାରେ ପରିଚାଳିତ ହେଉଥିବା ଅଭିଯୋଗ ହେଉଛି । ଏ ନେଇ କଟକ ଜିଲ୍ଲାପାଳ ଘଟଣାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ମାନେ ନିଜ ନାମ ଗୋପନ ରଖି ଅଭିଯୋଗ କରିଛନ୍ତି ।