ଜଙ୍ଗଲ ଜମି ମୁକ୍ତି ଆନେ୍ଦାଳନ କମିଟିର ପ୍ରତିବାଦ : ବନ ବିଭାଗ କର୍ମଚାରୀଙ୍କୁ ଗାଁ ମନା ଅଭିଯାନ
ନୂଆପଡା : ଜଙ୍ଗଲ ଜମି ମୁକ୍ତି ଆନେ୍ଦାଳନ କମିଟି ଦ୍ୱାରା ବନ ବିଭାଗ କୁ ଗାଁ ମନା ଅଭିଯାନ ମାଧ୍ୟମରେ ପ୍ରତିବାଦ କରଯାଇଛି । ବିଭିନ୍ନ ଗାଁ ଗଣ୍ଡା ଗୁଡିକରେ ବ୍ୟାନର ଲଗାଇ ଗାଁ ଲୋକେ ପ୍ରତିବାଦ କରିବା ସହ ନିଜର ହକ ଅଧିକାର ନ ପାଇବା ଯାଏଁ ପ୍ରତିବାଦ ଅନିର୍ଦ୍ଧିଷ୍ଟ କାଳୀନ ଜାରୀ ରହିବ ବୋଲି ନୂଆପଡ଼ା ଜଙ୍ଗଲ ମୁକ୍ତି ଆନେ୍ଦାଳନ କମିଟିର ଜିଲ୍ଲା ଆବାହକ ମେଘନାଦ ଖର୍ସେଲ ପ୍ରକାଶ କରିଛନ୍ତି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ,ନୂଆପଡ଼ା ଜିଲ୍ଲାର ଅନୁସୂଚୀତ ଜନ ଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନେ ଜଙ୍ଗଲ ଜମିକୁ ଦଖଲ କରି ପୁରୁଷାନୁ କ୍ରମେ ଚାଷ ବାସ କରି ପରିବାର ପ୍ରତିପୋଷଣ କରିବା ସହ ଜଙ୍ଗଲ ଜାତ ଲଘୁବନଯାତ ଦ୍ରବ୍ୟ ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରି ଆସୁଛନ୍ତି ।
ହେଲେ ଏହି ଜମୀର ଅଧିକାର ପାଇଁ ସରକାର ଙ୍କ ନିକଟରେ ଦାବି କରି ଆସୁଛନ୍ତି । ହେଲେ ବନ ବିଭାଗ ଟାଳ ଟୁଳ ନୀତି ଅବଲମ୍ବନ କରିବା ସହ ଅସହଯୋଗ କରି ମାପ କାର୍ଯ୍ୟରେ ବିଳମ୍ୱ କରୁଛି । ଏପରିକି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଜଙ୍ଗଲ ଅଧିକାର ଆଇନ-୨୦୦୬ ସଂଶୋଧିତ ଆଇନ ୨୦୧୨କୁ ସଠିକ ଭାବରେ କାର୍ଯ୍ୟ କରୁ ନ ଥିବା ନେଇ କମିଟି କ୍ଷୋଭ ପ୍ରକାଶ କରିଛି । ସେହିପରି ପଟ୍ଟା ପାଇବାରୁ ବଞ୍ଚିତ ଆଦିବାସୀ ଓ ଅନ୍ୟାନ୍ୟା ବର୍ଗର ଅଣ ଆଦିବାସୀଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ, ଅଣ ରାଜସ୍ୱ ପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା, ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଓ ଗୋଷ୍ଠୀଗତ ଅଧିକାର ପ୍ରଦାନ, ମୋ ଜଙ୍ଗଲ ଜମି ଯୋଜନା କାର୍ଯ୍ୟ କାରିତା ପ୍ରମୁଖ ଦାବି ନେଇ ଏହି ଅଭିଯାନ ମାଧ୍ୟମରେ ପ୍ରତିବାଦ କରାଯାଇଥିବା ବେଳେ ଏହା ପୂର୍ବରୁ ବାରମ୍ବାର ଆନେ୍ଦାଳନ ଓ ଗଣ ଧାରଣା ଦିଆଯାଇ ଥିବା ବେଳେ କୌଣସି ସୁଫଳ ମିଳିନାହିଁ ବୋଲି କମିଟିର ଜିଲ୍ଲା ସଂଯୋଜକ ଖୁଟୁରାମ ସୁନାନୀ, ହୀରାଲାଲ ମାଝି, ଯୁଧିଷ୍ଟିର ସାହୁ, ଶୁଭ୍ରାଂଶୁ କୁମାର ନାଏକ, ହନୁରାମ ମାଝି, ଚୈତନ୍ୟ ମାଝି, ଟୋପଚନ ମାଝି, ମନୋହର ମାଝି , ରୁଦ୍ର ସିଂ ମାଝି, ଲକ୍ଷ୍ମଣ ମାଝି, ଡିଙ୍ଗର ମାଝି, ବୁଟୁରାମ ମାଝି, କ୍ଷୀରସିଂ ମାଝି ପ୍ରମୁଖ ସାମିଲ ରହି କାର୍ଯ୍ୟକାରୀ ନ ହେଲେ ବିରାଟ ଜନ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।