ଲଗାଣ ବର୍ଷାରେ  ଭାଙ୍ଗିଲା ଘର

 ବେତନଟୀ :  ଲଘୁଚାପ ଜନିତ ବର୍ଷାରେ ବେତନଟୀ ଥାନା ଅଧିନ ସଠିଲୋ ଗ୍ରାମ ୬ ନମ୍ବର ୱାର୍ଡର ରଞ୍ଜନ ସିଂଙ୍କ ଘରଟି ଭୁଶୁଡ଼ି ପଡ଼ିଛି । ସେହି ସମୟରେ ଘର ଭିତରେ ରଞ୍ଜନଙ୍କ ସହ ତାଙ୍କ ମା’, ପନôୀ ଓ ପୁଅଝିଅ ରହିଥିବାବେଳେ ସୌଭାଗ୍ୟବଶତଃ  ସମସ୍ତେ ବର୍ତ୍ତି ଯାଇଛନ୍ତି । ଏହି ଖବର ପାଇ ବେତନଟୀ ଯୁବ ମୋର୍ଚ୍ଚା ସଭାପତି ରାକେଶ ମହାନ୍ତ, ବେତନଟୀ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଅନୁପ କୁମାର ଦଣ୍ଡପାଟ, ସଦସ୍ୟ କେଶବ ନାଥ, ସମାଜସେବୀ ସୁଧାକର ପଣ୍ଡା ପ୍ରମୁଖ ପହଞ୍ଚô ସରକାରଙ୍କ ପକ୍ଷରୁ ପଲିଥିନ ଯୋଗାଇ ଦେଇଥିଲେ । ସେ କେମିତି ଅତିଶୀଘ୍ର ଘର ପାଇ ପାରିବେ, ସେ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।