ଜଙ୍ଗଲ ବିଭାଗର ପକ୍ଷୀ ଗଣନା       

ଜୟପୁର : ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ ଜୟପୁର ରେଞ୍ଜ  ବନବିଭାଗ ଦ୍ୱାରା ଆୟୋଜିତ ପକ୍ଷୀ ଗଣନା ପାଇଁ ଜଙ୍ଗଲ ବିଭାଗର କର୍ମଚାରୀ ମାନଙ୍କ ଦ୍ୱାରା ହୋଇଛି । ଜୟପୁର ବନ ଖଣ୍ଡିଅ ଅଧିକାରୀ ପ୍ରତାପ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଜୟପୁର ରେଞ୍ଜ ଅଫିସର ସଚିଦାନନ୍ଦ ପରିଡ଼ା ବାଲିଆ ଜଳ ସ୍ୱରୋତ ଫରେଷ୍ଟର ରଞ୍ଜିତା ନାୟକ ହଳଦୀ ଡେମ୍ ସଶାଙ୍କ ମହାରଣା ପାତ୍ରପୁଟ କୋଲାବ ନଦୀ ଏବଂ ସୁଶୀଲ ମହାନ୍ତି ଜଗନ୍ନାଥ ସାଗର ଠାରେ ଅନୁଧ୍ୟାନ ସହ ଗଣନା କରିଥିଲେ । ପରିବେଶର ସନ୍ତୁଳନ ରକ୍ଷା କରିବାରେ ପକ୍ଷୀମାନଙ୍କର ଭୂମିକା ଏବଂ ବିଦେଶରୁ ଆସିଥିବା ପକ୍ଷୀ ମାନଙ୍କ ଦେଶାନ୍ତରର କାରଣ ଏହି  ଅଞ୍ଚଳରେ ସେମାନଙ୍କ ପାଇଁ ଉପଲବ୍ଧ ଉପଯୋଗୀ ଖାଦ୍ୟ, ବିଚରଣସ୍ଥଳୀ, ବଂଶବିସ୍ତାର ଓ ସେମାନଙ୍କ ପ୍ରକାରଭେଦ ସମ୍ବନ୍ଧ  ସୂଚନା ସଂଗ୍ରହ କରିଥିବା  ଅବୋଗତ କରାଇଛନ୍ତି । ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପ୍ରତିବର୍ଷ ପକ୍ଷୀମାନଙ୍କର ଆକଳନ କରାଯିବା ଫଳରେ ପ୍ରକୃତି ଓ ପରିବେଶର ଉପୋରେ ଏହାର କିପରି ପ୍ରଭାବ ରହିଛି  ବୋଲି ସୂଚନା ମିଳେ ବୋଲି ରେଞ୍ଜର ପରିଡ଼ା କହିଥିଲେ । ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଉପୋସ୍ଥିତ ଥିଲେ ।