ଯୁବକଙ୍କ ଆତ୍ମହତ୍ୟା

 ସାଲେପୁର :  ପାରିବାରିକ ଅଶାନ୍ତି କାରଣରୁ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ, ସାଲେପୁର ବ୍ଲକ୍ ଅନ୍ତର୍ଗତ କିଶୋରନଗର ଥାନା ଅଧିନ ଦ୍ୱୀପାଞ୍ଚଳରେ ଥିବା ତରିତୋ ପଞ୍ଚାୟତ ମୁର୍କୁଣ୍ଡି ଗ୍ରାମର ଅନନ୍ତ ସୂତାରଙ୍କ ପୁଅ ମୃତୁ୍ୟଞ୍ଜୟ ସୂତାର ଗତକାଲି ରାତିରେ ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଦେଇଥିଲେ । ସ୍ଥାନୀୟ ଲୋକେ କବାଟ ଭାଙ୍ଗି ତାଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରକ୍ରିୟା ପ୍ରୀତି ପାଇଁ ତାଙ୍କ ପରିବାରରେ ଅଶାନ୍ତି ଲାଗିରହିଥିବାରୁ ସେ ଏପରି କାଣ୍ଡ ଘଟାଇଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । କିଶୋରନଗର ପୁଲିସ ଖବର ପାଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚô ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିବା ଜଣାଯାଇଛି । ଉଲ୍ଲେଖ ଯେ, ମୃତ ଯୁବକର ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ ସଂପର୍କ ଥିଲା । ଏହି ଘଟଣାକୁ ନେଇ ଯୁବକ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡ଼ା ଲାଗି ରହୁଥିଲା । ତେଣୁ ଯୁବକ ଜଣକ ଶେଷରେ ଏଭଳି ପଦକ୍ଷେପ ନେଇଥିବା ଗ୍ରାମବାସୀ ମାନଙ୍କ ଠାରୁ ଶୁଣିବାକୁ ମିଳିଛି ।