ବିଜେପିର ଓଡ଼ିଆ ପକ୍ଷ ପାଳନ ପ୍ରସ୍ତୁତି
କୁଆଖିଆ : ଜିଲା ବିଜେପି ସଭାପତି ଦେବଜାନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ କୁଆଖିଆ ଅଭିମନୁ୍ୟ ସାମନ୍ତ ସିଂହାର ଭବନରେ ଓଡ଼ିଆ ପକ୍ଷ ପାଳନ ନିମନ୍ତେ ଜିଲା ବିଜେପିର ପ୍ରସ୍ତୁତି ବୈଠକ ହୋଯାଇଛି । ବୈଠକ ଯୋଗଦେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, କୋରେଇ ବିଧାୟକ ଆକାଶ ଦାସନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲା ସଂଯୋଜକ ପ୍ରଫୁଲ୍ଲ ଗିରି, ବିଜେପି ନେତ୍ରୀ ବବିତା ମଲିକ ଯୋଗ ଦେଇ ୬ତାରିଖରେ ଜିଲାସାରା ଓଡ଼ିଆ ପକ୍ଷ ପାଳିବା ପାଇଁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲା ବିଜେପି ସମ୍ପାଦକ ପ୍ରମୋଦ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲାର ବିଭିନ୍ନ ମଣ୍ଡଳ ସଭାପତି ଓ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।