ଅମରେଶ୍ୱରୀ ମନ୍ଦିରରୁ ଚୋରି
ଧର୍ମଶାଳା: ବୁଧବା ରାତିରେ ଉତରଶାସନ ଗ୍ରାମ ମା’ଅମରେଶ୍ୱରୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ଘଟଣାସ୍ତଳରେ ପହଁଚି ତଦନ୍ତ କରିଛି । ଅଭିଯୋଗ ମୁତାବକ ମନ୍ଦିରର ମୁଖ୍ୟ ପୂଜାରୀ ଭାସ୍କର ଶତପଥୀଙ୍କୁ ଆଜି ସକାଳୁ ମନ୍ଦିରର ଫାଟକ ଖୋଲାଥିବା ଆସିଥିବା ଭକ୍ତ ଜଣାଇଥିଲେ । ଖବର ପାଇ ସେ ମନ୍ଦିରରେ ପହଁଚି ଦେଖିବା ବେଳକୁ କେହି ଦୁର୍ବୃତ ମନ୍ଦିର ମୁଖ୍ୟ ଫାଟକ ତାଲା ଭାଙ୍ଗି ମନ୍ଦିରରେ ରଖାଯାଇଥିବା ୫୫ ଗୋଟି ପିତଳ କଳସ, ୨ ଗୋଟି ପିତଳ ହାଣ୍ଡି, ପିତଳର ୨ ଗୋଟି ତସଲ,୪ ଗୋଟି ପିତଳ ଥାଳି, ୪ ଗୋଟି ପିତଳ କଟରା, ୨ ଗୋଟି ପତଳ ବାଲଟି, ୨ ଗୋଟି ପିତଳ ଘଣ୍ଟି, ଗୋଟିଏ ମାଇକ ମେସିନ ଏବଂ ଗୋଟିଏ ଇନଭରର୍ଟର ବ୍ୟାଟେରୀକୁ ଚୋରି କରି ନେଇଯାଇଛନ୍ତି । ଏନେଇ ପୂଜାରୀ ଶ୍ରୀ ଶତପଥୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ତପନ କୁମାର ନାୟକ ସୂଚନା ଦେଇଛନ୍ତି । ତେବେ ଗତ କିଛି ଦିନ ହେଲା ଧର୍ମଶାଳା ଥାନାର ଆଖପାଖ ଅଂଚଳରେ ବିଭିନ୍ନ ମନ୍ଦିରରୁ ଚୋରୀ ହୋଇଛି । ଗତ ମଙ୍ଗଳବାର ରାତିରେ କୁମାରୀ ମା ତାରିଣୀ ଓ ଭୁବନରେ ମା ମଙ୍ଗଳା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ସମେତ ବହୁ ସାମଗ୍ରୀ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଚୋରୀର କୌଣସି ଟେର ପାଇପାରୁନି ।