ଜଣ୍ଡିସ ରୋଗରେ ଆକ୍ରାନ୍ତଙ୍କୁ ଭେଟିଲେ ବିଇଓ 

 ଚିଲିକା: ନୟାଗଡ଼ ଜିଲ୍ଲା ସୀମାନ୍ତ ପଞ୍ଚାୟତ ଚାନ୍ଦପୁର ଅଞ୍ଚଳରେ ବ୍ୟାପୁଛି ଜଣ୍ଡିସ । ଜଣ୍ଡିସ ରୋଗରେ ପଞ୍ଚାୟତର ୧୫୦ରୁ ଊଦ୍ଧ୍ୱର୍ ଆକ୍ରାନ୍ତ ହେଲେଣି । ୫୦ରୁ ଅଧିକା ସ୍କୁଲ ପିଲା ଆକ୍ରାନ୍ତ । ଏହି ଖବର ପ୍ରସାରଣ ପରେ ରାମଚଣ୍ଡୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଲେ ରଣପୁର ବ୍ଲକ୍ ଶିକ୍ଷାଧିକାରୀ ବନଲତା ବେହେରା । ଏହା ପରେ ସ୍ଥାନୀୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ସ୍କୁଲରେ ଥିବା ପରିମଳ ବ୍ୟବସ୍ଥା ସଂପର୍କରେ ଅବଗତ ହୋଇଥିଲେ । ଏହା ପରେ ସ୍ଥାନୀୟ ବାସିନ୍ଦା ଓ କମିଟିର ସଦସ୍ୟ ମାନେ ଯୋଗଦେଇ ବିଦ୍ୟାଳୟରେ ଥିବା ପରିବେଶ ସଫା କରିବା ସହ ଶୌଚାଳୟ ସମ୍ପୂର୍ଣ୍ଣ ବିଶୁଦ୍ଧ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସ୍କୁଲ୍ରେ ସରକାରଙ୍କ ଅନୁଦାନରେ ନୂତନ ଶୌଚାଳୟ ନିର୍ମାଣ ହୋଇଥିଲେ ସୁଦ୍ଧା ତାର ସଠିକ୍ ପରିଚାଳନା କି ପରିଷ୍କାର ପରିଚ୍ଛନ୍ନତା ବିପର୍ଯ୍ୟସ୍ତ ହୋପଡ଼ିଛି । ଯାହାକୁ ନେଇ ଗ୍ରାମବାସୀ କ୍ଷୁବ୍ଧ ହୋଇଛନ୍ତି  ।