ସାହିତ୍ୟ ପତ୍ରିକା ‘ପୂର୍ବରଙ୍ଗ'ର ପାଠକାର୍ପଣ ସମାରୋହ

ନୂଆପଡା : ଖଡ଼ିଆଳ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ ସ୍ଥାନୀୟ ଖଡ଼ିଆଳ ପାଟଣା କ୍ଷତ୍ରିୟ ଭବନଠାରେ ସାହିତ୍ୟ ପତ୍ରିକା 'ପୂର୍ବ ରଙ୍ଗ'ର ପାଠକାର୍ପଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସମ୍ପାଦକ ନୀଳିମାରାଣୀ ସାଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ପ୍ରନôତତ୍ତ୍ୱବିତ୍ ଡକ୍ଟର ଜିତାମିତ୍ର ପ୍ରସାଦ ସିଂହ ଦେବ ,ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଫଣିନ୍ଦମ ଦେଓ , ବିଶିଷ୍ଟ କବି ପଟ୍ଟାୟତ  ନୀଳଲୋହିତ ସିଂହ ଦେବ,ସମୀକ୍ଷକ ଭାବରେ ସାହିତି୍ୟକ ଡକ୍ଟର ସୁଶାନ୍ତ କୁମାର ବିଶି ଓ ମିୟୋଗ ରଞ୍ଜନ ପାତ୍ର ଯୋଗ ଦେଇଥିଲେ  । ଗାଳ୍ପିକ ଗୌରାଙ୍ଗ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କେ.ଭି.ମହାବିଦ୍ୟାଳୟ କଣ୍ଟାବାଞ୍ଜିର ଅଧ୍ୟକ୍ଷ ଡକ୍ଟର ପଦ୍ମଲୋଚନ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦିଶାମୟୀ ବାରିକ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ ।  ପ୍ରକାଶ ଥାଉକି , ଉକ୍ତ ନାଟ୍ୟ ସାହିତ୍ୟ ପତ୍ରିକାର ପାଠକାର୍ପିତ ସଂଖ୍ୟାଟି ବୀରବିକ୍ରମ ଦେବ ବିଶେଷାଙ୍କ ଅଟେ । ସମାରୋହରେ ପ୍ରତିଷ୍ଠାନର ଉପଦେଷ୍ଟା ଅବସରପ୍ରାପ୍ତ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ, ପ୍ରାଧ୍ୟାପକ ସାମୁଏଲ ଦାନୀ, ଡକ୍ଟର ହରେନ୍ଦ୍ର କୁମାର ପଣ୍ଡା , ଡକ୍ଟର ତରୁଣ କୁମାର ପ୍ରଧାନ ,  ହରିପ୍ରସାଦ ମୁଣ୍ଡ , ଜଗବନ୍ଧୁ ବାରିକ,  ସତୀଶ କୁମାର ପଟ୍ଟନାୟକ, ନବୀନ କିଶୋର ପାଢ଼ୀ,  ଜିତେନ୍ଦ୍ର ନାଥ ପଟ୍ଟନାୟକ, ସନାତନ ମହାନ୍ତି, ଅଶ୍ୱିନୀ କୁମାର ପାଢ଼ୀ, ପ୍ରକାଶ ଠାକୁର, ଶିରୀଶଙ୍କର ବାରିକ, କନକବର୍ଦ୍ଧନ ସାହୁ,  ପ୍ରବାସିନୀ ଯୋଷୀ, କ୍ଷେମରାଜ ମହାପାତ୍ର, ଉପେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ ।