ଜିଲ୍ଲାସ୍ତରୀୟ ନନ୍ଦ ଉତ୍ସବ ପାଳିତ
କବାଟବନ୍ଧ : ଧର୍ମଶାଳା ବ୍ଲକ୍ ରାମପୁର କଇଥା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି । ରାଧାକୃଷ୍ଣ ଜୀଉଙ୍କର ପୂଜା ହୋମ, ନାମ ସଂକୀର୍ତ୍ତନ ଓ ଲଉଡ଼ୀ ଖେଳ ବିଭିନ୍ନ ଗ୍ରାମରୁ ଆସିଥିବା ଦଳମାନଙ୍କ ଦ୍ୱାରା ସମାହିତ ହୋଇଥୁଲା । ଏକ ସାଧାରଣ ସଭା ମୁଖ୍ୟ ପରାମର୍ଶଦାତା ଡ.କୁଶଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱାବଧାନ ଓ ରାଧାକୃଷ୍ଣ ଯାଦବ ମହାସଭାର ସଭାପତି ରଘୁନାଥ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଆଧ୍ୟାତ୍ମିକ ଆଲୋଚନା ଚକ୍ରକୁ ସମାଜସେବୀ ମିନତୀ ସାହୁ ଭଦ୍ଘାଟନ କରିଥିବାବେଳେ ଅତିଥି ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ. କୁମାରବର ଦାସ ଯୋଗଦେଇ କୃଷ୍ଣ ଜନ୍ମ ତଥା ନନ୍ଦ ଉତ୍ସବର ମାହାତ୍ମ୍ୟକୁ ବିଷଦ ଭାବରେ ବ୍ୟାଖ୍ୟା କରିଥିଲେ । ଯାଦବ ସଂସ୍କୃତିର ଗବେଷକ ଅର୍ଜୁନ କୁମାର ମହାକୁଡ଼, ଯାଜପୁର ଯାଦବ ମହାସଭାର ପ୍ରତିଷ୍ଠାତା ସଭାପତି ରବିନ୍ଦ୍ରନାଥ ବେହେରା, ଜଗନ୍ନାଥ ସଂସ୍କୃତି ବିଷାରଦ ପଣ୍ଡିତ ଗଣେଶ୍ୱର ପରିଡ଼ା, କଳିଙ୍ଗନଗର ଶିକ୍ଷାନୁଷ୍ଠାନ ସମୁହର ଅଧ୍ୟକ୍ଷ ଇଂ ଡ.ଆଲେକଜାଣ୍ଡର ଦାସ, ପ୍ରାକ୍ତନ ବରୀ ବିଧାୟିକା ସୁନନ୍ଦା ଦାସ, କୈଳାସ ଚନ୍ଦ୍ର ଦାସ, ନବଘନ ଦାସ, ପ୍ରଶାସନିକ ଅଧିକାରୀ ଶୁଭଦର୍ଶିନୀ ଦାସ, ଦିଲ୍ଲୀପ କୁମାର ରାଉତ ପ୍ରମୁଖ ରାଧାକୃଷ୍ଣ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ତଥା ନନ୍ଦ ଉତ୍ସବ ଉପରେ ଆଲୋକପାତ କରିଥିଲେ । ଉତ୍ସବରେ ବିଭିନ୍ନ ପ୍ରତିଭାମାନଙ୍କର କୃତିକୁ ଆଧାର କରି ଡ. ଆଲେକଜାଣ୍ଡର ଦାସ, ସୁନନ୍ଦା ଦାସ, ପଣ୍ଡିତ ଗଣେଶ୍ୱର ପର୍ବ ପରିଡ଼ା, ଶୁଭଦର୍ଶିନୀ ଦାସ, କୈଳାସ ଦାସ, ନବଘନ ଦାସ, ଡ. କୁମାରବର ଦାସ, ଅର୍ଜୁନ ମହାକୁଳ, ସଚ୍ଚିଦାନନ୍ଦ ଗୁରୁ, ରବିନ୍ଦ୍ରନାଥ ବେହେରା, ନାରାୟଣ ନାୟକ, ବାବୁଲି ବେହେରା, ପଙ୍କଜ ମଲ୍ଲ, ବାବୁଧର ଖଟୁଆ, ପାଣ୍ଡବ ପାଣ୍ଡବ ଦାସ ପ୍ରମୁଖଙ୍କୁ ସମ୍ବନ୍ଧିତ କରାଯାଇଥିଲା । ଅନୁଷ୍ଠାନର କର୍ମକର୍ତା ଘନଶ ଶ୍ୟାମ ପଲେଇ, ଗଣେଶ୍ୱର ପଲେଇ, ପ୍ରମୋଦ ପଲେଇ, ପ୍ରକାଶ ପଲେଇ, ଅଜୟ ଦାସ, କୁଶଧ୍ୱଳ ଦାସ, ବାବୁଲି ରାଉତ ପ୍ରମୁଖ ସଭା ପରିଚାଳନରେ ସହଯୋଗ କରିଥିଲେ । ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।