ଜନ ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ
ଆସିକା : ଜନ ଅଧିକାର ମଞ୍ଚ ପକ୍ଷରୁ ୦୮ ଦଫା ଦାବୀ ନେଇ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବୁଧବାର ପୂର୍ବାହ୍ନ ସମୟରେ ଜନ ଅଧିକାର ମଞ୍ଚ ଆସିକା ଶାଖା ପକ୍ଷରୁ ଆଇନଜୀବି ଲଳିତ ମୋହନ ଦାସଙ୍କ ନେତୃତ୍ୱରେ ଏକ ପଟୁଆରରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଂଚି ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଆଠ ଦଫା ସମ୍ବଳିତ ଦାବୀ ପତ୍ରକୁ ଆସିକା ତହସିଲଦାର ସଙ୍ଗୀତ ସେନଙ୍କୁ ପ୍ରଦାନ କରିଥିଲେ । ଏଥିସହ ପ୍ରତିବାଦ ସଭା ଆୟୋଜିତ କରି ବେଆଇନ ଜବରଦଖଲ ଉଛେଦକୁ ବନ୍ଦ କରିବା, ଆସିକା ଉକôଳ ଆୟୁ୍ବେଦିକ ଫର୍ମାସୀ ଲିଃରେ ହୋଇଥିବା ଘୋଟଲାକୁ ବନ୍ଦ କରିବା, ବିଦୁ୍ୟତ ଉପଭୋଗତା ମାନଙ୍କୁ ଟାଟା କମ୍ପାନୀ ଜୁଲୁମ ବନ୍ଦ କରିବା, ଚାଷୀ ଓ ଗରିବ ଲୋକଙ୍କୁ ମାଗଣା ବିଦୁ୍ୟତ ସେବା ଯୋଗାଇବା, ବାସହୀନ ଦଖଲରେ ଥିବା ଜାଗାର ପଟ୍ଟା ପ୍ରଦାନ କରିବା, ଚାଷୀ ପାଖରୁ ହୋଇଥିବା କଟଣୀ ଛଟଣୀ ଧାନକୁ ଫେରସ୍ତ କରିବା,ସମସ୍ତ ଚାଷୀ ମାନଙ୍କ ପରିବାରକୁ ୦୩ ହଜାର ଟଙ୍କା ଭତ୍ତା ପ୍ରଦାନ, ପୁରାତନ ସୂତାକଳକୁ ତୁରନ୍ତ ଚାଲୁ କରି ଲୋକ ମାନଙ୍କୁ ରୋଜଗାର କରିବା ଆଦି ବିଭିନ୍ନ ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ଗୀତାଞ୍ଜଳି ବେହେରା, ରାଧାଶ୍ୟାମ ବିଷୋୟୀ, ନୀଳମଣି ଦାସ, ଧୋବା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।